Wednesday, November 11, 2026
Home ଜିଲ୍ଲା କୋଭିଡ୍‍ ଟୀକାକରଣ କାର୍ଯ୍ୟ ଶୁଭାରମ୍ଭ କଲେ ରାୟଗଡ଼ ଜିଲ୍ଲାପାଳ

କୋଭିଡ୍‍ ଟୀକାକରଣ କାର୍ଯ୍ୟ ଶୁଭାରମ୍ଭ କଲେ ରାୟଗଡ଼ ଜିଲ୍ଲାପାଳ

35
Prasana

ରାୟଗଡ଼,(ପ୍ରସନ କୁମାର ପଣ୍ଡା):ବହୁତ ପ୍ରତିକ୍ଷିତ କୋଭିଡ୍‍ ଟୀକାରଣ କାର୍ଯ୍ୟକୁ ଦେଶରେ ଆଜି ପ୍ରଧାମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କଲାପରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର ସଦର ମହକୁମାରେ ଏହି ଟୀକାକରଣ କାର୍ଯ୍ୟକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଛନ୍ତିା ଆଜି
ପ୍ରଥମ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟରେ ପ୍ରଥମତଃ ସ୍ୱାସ୍ଥ୍ୟ ବିଭାଗ କର୍ମଗ୍ଭରୀ, ଡାକ୍ତର, ନର୍ସ, ଆଶା ଓ
ଆଇସିଡିଏସ୍‍ର ସମସ୍ତ କର୍ମଗ୍ଭରୀଙ୍କୁ ଦିଆଯିବା ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ପ୍ରଥମେ
ସଫେଇ କର୍ମଗ୍ଭରୀ ସତ୍ୟମୁଖୀ ଟୀକା ନେଇଥିଲେ ଏବଂ କିଛି ସମୟ ପାଇଁ ତାଙ୍କୁ ପର୍ଯ୍ୟବେକ୍ଷଣରେ
ରଖାଯାଇଥିଲାା ଏହାପରେ ପର୍ଯ୍ୟାୟକ୍ରମେ ଟୀକାକରଣ କାର୍ଯ୍ୟ ଜାରି ରହିଥିଲାା ଟୀକାକରଣ

ଶୁଭାରମ୍ଭ ପରେ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଟିକା ନେଇଥିବା
ହିତାଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ଓ ହିତାଧିକାରୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ
କୃତଜ୍ଞତା ଜଣାଇଥିଲୋ ରାୟଗଡ଼ ଜିଲ୍ଲାରେ ଆଜି ୭ ଗୋଟି କେନ୍ଦ୍ର ଯଥା ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ମୁ ିଗୁଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ଗୁଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ପଦ୍ମପୁର,ଗୁଡାରୀ ଓ ଟିକିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଟୀକାକରଣ କରାଯାଇଥିଲାା
ପ୍ରତ୍ୟେକ ସ୍ୱସ୍ଥ୍ୟ କେନ୍ଦ୍ରରେ ଆଜି ୧୦୦ ଜଣ ଲେଖାଏଁ ମୋଟ ୭୦୦ ଜଣଙ୍କୁ କୋଭିଡ୍‍ ଟୀକା
ଦିଆଯିବାର କାର୍ଯ୍ୟକ୍ରମ ଅଛିା ଏହି ଟୀକାକରଣ କାର୍ଯ୍ୟ ଆଜି ଠାରୁ ୭ ଦି ପର୍ଯ୍ୟନ୍ତ ଦିଆଯିବ,
ଟୀକା ଦେବାର ୨୮ ଦି ପରେ ପୁଣିଥରେ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯିବା ଆଜି ଦୁଇ ପହର
ଗୋଟାଏ ସୁଦ୍ଧା ୩୩୧ ଜଣଙ୍କୁ ଟୀକାକରଣ କରାଯାଇଛିା ଏହି ଟୀକାକରଣ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାଏକ, ଡା. ସୁରେଶ ଦେଓ, ଡା. ଲକ୍ଷ୍ମୀନାରାୟଣ ପୃଷ୍ଟି, ରାଜ୍ୟ କୋଭିଡ୍‍ ଟୀକା ପପରିଚାଳନା ପାଇଁ ଆସିଥିବାପର୍ଯ୍ୟବେକ୍ଷକ ଡା. ଅଶୋକ କୁମାର ପାଇକରାୟ, ଯୁଗ୍ମ ନିର୍ଦ୍ଦେଶକ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ଏବଂ ଡା. ମୃତ୍ୟୁଞ୍ଜୟ ରଥ, ବରିଷ୍ଟ ପ୍ରଶିକ୍ଷଣ ପରାମର୍ଶଦାତା, ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡିଶା ଡିପିଏମ୍‍ ରାଜେଶ ପଟ୍ଟନାୟକ ଓ ହସ୍ପିଟାଲ ମ୍ୟାନେଜର, ଅନ୍ୟାନ୍ୟ କର୍ମଚାରୀ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଉପସ୍ଥିତ ଥିଲୋ