Home ଜିଲ୍ଲା ସୁନ୍ଦରଗଡ଼ ଜିଲ୍ଲାସ୍ତରୀୟ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ସୁନ୍ଦରଗଡ଼ ଜିଲ୍ଲାସ୍ତରୀୟ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

19

ସୁନ୍ଦରଗଡ଼,୧୫.୦୧.୨୦୨୧(ବିଶ୍ବରଂଜନ ହୋତା): ସୁନ୍ଦରଗଡ଼ ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ସୁନ୍ଦରଗଡ଼, ଶ୍ରୀ ବିଶ୍ବଜିତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। କୋଭିଡ୍ ନିର୍ଦ୍ଦେଶାବଳୀ ଅନୁସାରେ ସାଧାରଣତନ୍ତ୍ର ଦିବସ ରିଜର୍ଭ ପଡ଼ିଆ, ସକ୍ରା଼ଠାରେ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା।ଏଥିରେ ପରେଡ୍, ସାଜସଜ୍ଜା, ସୁରକ୍ଷା ବ୍ୟବସ୍ଥା, ବିଜୁଳି ଯୋଗାଣ, ଡ଼ାକବାଜି ବ୍ୟବସ୍ଥା, ପିଇବା ପାଣି, ସାନିଟାଇଜେସନ୍, ଫାଷ୍ଟଏଡ୍ ଏବଂ ଆମ୍ବୁଲାନ୍ସ ସେବା ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା।

ରାଜ୍ୟ ସରକାରଙ୍କ ଗୃହ ବିଭାଗ ନିର୍ଦ୍ଦେଶାବଳୀ ଅନୁସାରେ ଚଳିତ ସାଧାରଣତନ୍ତ୍ର ଦିବସରେ କୋଭିଡ୍ କଟକଣାକୁ ଦୃଷ୍ଟି ରେ ରଖି ମହାବିଦ୍ୟାଳୟ ଓ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ପ୍ୟାରେଡ ରେ ସାମିଲ୍ କରାଯିବ ନାହିଁ। ତେବେ ଚଳିତ ବର୍ଷ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସୀମିତ ସଂଖ୍ୟକ କୋଭିଡ ଯୋଦ୍ଧା, ଆଗଧାଡିର କୋଭିଡ କାର୍ଯ୍ୟକର୍ତାଙ୍କୁ ଉତ୍ସବରେ ଯୋଗ ଦେବାକୁ ଆମନ୍ତ୍ରଣ କରାଯିବ। କୋଭିଡ କଟକଣା ଦୃଷ୍ଟିରୁ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଞାପନ ମେଢ଼ ଆଦିକୁ ସ୍ଥଗିତ ରଖିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛି।

ଏହି ବୈଠକରେ ଉପ ଜିଲ୍ଲାପାଳ, ସଦର ଶ୍ରୀ ଅଭିମନ୍ୟୁ ବେହେରା, ଡି ଏସ ପି ଶ୍ରୀ ପ୍ରଭାତ କୁମାର ବିଶ୍ୱାଳ, ବିଡ଼ିଓ ସଦର ଶ୍ରୀ ମିତ୍ରଭାନୁ ନାଏକ, ତହସିଲଦାର ସଦର ଶ୍ରୀ ଯୋଗେଶ୍ୱର ଭୋଇ, ରିଜର୍ଭ ଅଧିକାରୀ ଶ୍ରୀ ଚୁଡ଼ାମଣି ନାଏକ, ସର୍ଜେଣ୍ଟ ଶ୍ରୀ ଧନଞ୍ଜୟ ବେହେରା, ପୌରପାଳିକା ନିର୍ବାହୀ ଅଧିକାରୀଶ୍ରୀ ଜୟନ୍ତ ନାରାୟଣ ପଣ୍ଡା, ଜରୁରୀକାଳୀନ ଅଧିକାରୀଶ୍ରୀମତୀ କୁନ୍ତୀରାଣୀ ନାଏକ ତଥା ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ, ସୁନ୍ଦରଗଡ଼ ଶ୍ରୀ ଅନିଲ କେର୍କେଟା ଉପସ୍ଥିତ ଥିଲେ।