Home ଜିଲ୍ଲା ଏନ୍ ଟି. ପି. ସି. ଦର୍ଲିପାଲି ଦ୍ୱାରା ଛତୁ ଚାଷ ଟ୍ରେନିଙ୍ଗର ଉଦ୍ଘାଟନ

ଏନ୍ ଟି. ପି. ସି. ଦର୍ଲିପାଲି ଦ୍ୱାରା ଛତୁ ଚାଷ ଟ୍ରେନିଙ୍ଗର ଉଦ୍ଘାଟନ

54

ସୁନ୍ଦରଗଡ଼, ୧୬ ଜାନୁୟାରୀ ୨୦୨୧(ବିଶ୍ବରଂଜନ ହୋତା): ଦର୍ଲିପାଲି ପଂଚାୟରେ ଛତୁ ଚାଷ ଟ୍ରେନିଙ୍ଗର ଶୁଭାରମ୍ଭ କରାଯାଇଛି । ଏନ୍.ଟି.ପି.ସି. ଦର୍ଲିପାଲି ଏଥିପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ଏବଂ ସହଯୋଗୀ ଅନୁଷ୍ଠାନ ଭାବରେ ସେବକ ଏନ୍.ଜି.ଓ. ଏହାକୁ ଆୟୋଜନ କରିଥିଲା ।

କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଏନ୍.ଟି.ପି.ସି. ଏଚ୍. ଆର୍. ବିଭାଗର ମୁଖ୍ୟ ଶ୍ରୀ ଆଲୋକ କୁମାର ରନବିର କହିଥିଲେ ଯେ ଏନ୍.ଟି.ପି.ସି. କର୍ପୋରେଟ ସେଣ୍ଟର ତରଫରୁ ସବୁ ପ୍ରକଳ୍ପକୁ ସ୍ୱାବଲମ୍ବନ ଉପରେ କାର୍ଯ୍ୟକ୍ରମ କରିବା ପାଇଁ ଏକ ଲକ୍ଷ୍ୟ ଦିଆଯାଇଅଛି । ଆଜିର ଏହି କାର୍ଯ୍ୟକ୍ରମ ଏନ୍.ଟି.ପି.ସି. ଦର୍ଲିପାଲି ପାଇଁ ପ୍ରଥମ ପଦକ୍ଷେପ ଅଟେ । ଏଥିରେ ରାଏଡିହି ପଂଚାୟତର ସରପଂଚ ଶ୍ରୀମତୀ ବୁଦେ୍ଧଶ୍ୱରୀ ମାଝୀ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ ।

ସେ କହିଥିଲେ ସେ ରାଏଡିହି ପଂଚାୟତ ପାଇଁ ସବୁବେଲେ କାମ କରି ଆସିଛନ୍ତି ଏବଂ ଏଥି ପାଇଁ ଏନ୍.ଟି.ପି.ସି. ତାଙ୍କୁ ଆକୁଣ୍ଠ ସହଯୋଗ କରିଆସୁଅଛି । ଚନ୍ଦଲି ପିଠର ଉନ୍ନତି ଏବଂ ଏକ ବହୁମୁଖି କମୁ୍ୟନିଟି ସେଣ୍ଟର ନିର୍ମାଣ ପାଇଁ ସେ ଅନୁରୋଧ କରିଥିଲେ । ସେବକର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୀୟ କାନ୍ତ ନାଏକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସେବକ ଏନ୍.ଜି.ଓ. ପଶ୍ଚିମ ଓଡିଶାର ଅବହେଳିତ ଲୋକଙ୍କ ପାଇଁ କାମ କରି ଆସୁଅଛି ଏବଂ ଆଗାମୀ ଦିନରେ ଏନ୍.ଟି.ପି.ସି. ସହିତ ମିଶି ଏହି ଅଂଚଳ ପାଇଁ ଅନେକ କାର୍ଯ୍ୟକ୍ରମ କରିବାର ଯୋଜନା ରହିଛି । ଡି.ଜି.ଏମ୍, ଶ୍ରୀ ଏସ୍. କେ. ସେନାପତି ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସଭା ପରିଚାଳନା କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଏସ୍. ଆର୍. ମ୍ୟାନେଜର ଏଚ୍. ଆର୍ ହିମାଂଶୁ ବେହେରା, ଆସିସ୍ଟାଣ୍ଟ ମ୍ୟାନେଜର ଆର୍ ଏବଂ ଆର. ହରିନାରାୟଣ ଶର୍ମା, ସୋସିଓଲୋଜିଷ୍ଟ ଆର୍ ଏବଂ ଆର. ଦୀପକ କୁମାର ଟପ୍ପୋ, ସେବକର ସମ୍ପାଦକ ପ୍ରଦୀପ କୁମାର ବ୍ରହ୍ମ, ଫାଇନ୍ୟାନ୍ସ ମ୍ୟାନେଜର ଏବଂ ଏଚ୍.ଆର୍ଡା ଇରେକ୍ଟର ନିଲାମ୍ବର ଉପାଧ୍ୟାୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଏହି ଟ୍ରେନିଙ୍ଗ ଦର୍ଲିପାଲି ପଂଚାୟତର ରାଏଡିହି ଗ୍ରାମର ଦିପାଲୀ ଏସ୍.ଏଚ୍.ଜି. ଏବଂ ମା ମୀରା ଏସ୍.ଏଚ୍.ଜି.ର ମହିଳା ମାନଙ୍କୁ ନେଇ ଦିଆଯିବ । ଛତୁ ଚାଷ କରି ମହିଳା ମାନେ ତାଙ୍କର ଜୀବନ ଜୀବିକା ମାନରେ ଉନ୍ନତି ଆଣି ସ୍ୱରୋଜଗାରୀ ହୋଇପାରିବେ ।

ସେଇଠି ମାଣ୍ଡିଆ ଖାଦ୍ୟ ଉତ୍ସବ ଗୋଟିଏ ଆୟୋଜିତ କରିବା ପାଇଁ ସରପଂଚ କହିଥଲେ । ସେଥିରେ
ଏସ୍.ଏଚ୍.ଜି. ମା ମାନେ ମାଣ୍ଡିଆ ନିର୍ମିତ ବିଭିନ୍ନ ଖାଦ୍ୟ ପ୍ରଦର୍ଶିତ କରିପାରିବେ । ସେବକ ତରଫରୁ ଶ୍ରୀ ଗଙ୍ଗାଧର କିଶାନ ଟ୍ରେନର ଭାବରେ ଛତୁ ଚାଷର ଏକ ଡେମୋ ପ୍ରଦର୍ଶନ କରିଥିଲେ । ଏହା ସହିତ ଏସ୍.ଏଚ.ଜି. ମହିଳା ମାନଙ୍କୁ ଅଧିକରୁ ଅଧିକ ପରିମାଣର ନଡା ସଂଗ୍ରହ ପାଇଁ ଅନୁରୋଧ କରିଥିଲେ, ଯାହାକୁ କି ନିଜ ଛତୁ ଚାଷ ପାଇଁ ବ୍ୟବହାର କରିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ବିକ୍ରୟ କରି ଦୁଇ ପଇସା ରୋଜଗାର କରିପାରିବେ ।