Sunday, November 15, 2026
Home ଆଞ୍ଚଳିକ ଯୋଦ୍ଧାଙ୍କୁ ଟୀକାକରଣ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ

ଯୋଦ୍ଧାଙ୍କୁ ଟୀକାକରଣ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ

29
Sanjeev

ଜଟଣୀ,୧୬/୦୧/୨୦୨୧(ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର): ଜଟଣୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଶନିବାର ପ୍ରଥମ ପର୍ଯ୍ୟାୟରେ ୧୦୦ଜଣ କରୋନା ଯୋଦ୍ଧାଙ୍କୁ ଟୀକାକରଣ କରାଯାଇଛି । ଶନିବାର ପୁର୍ବାହ୍ନ ସାଢେ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫ୍ରେନ୍ସି ମାଧ୍ୟମରେ ଏହି ଟିକାକରଣର ଶୁଭାରମ୍ଭ କରିଥିଲେ ।

ଅଙ୍ଗନବାଡୀ କର୍ମିଙ୍କଠାରୁ ଏହି ସେବା ଆରମ୍ଭ କରାଯାଇଥିଲା । ଜଟଣୀ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଟଂ ଡାକ୍ତର ଯିତେନ୍ଦ୍ର କୁମାର ପଣ୍ଡାଙ୍କ ତତ୍ୱାବଧାନରେ ଜଟଣୀ ଅଂଚଳର ଅଙ୍ଗନୱାଡି ସୁପରଭାଇଜର ଲକ୍ଷ୍ମୀପିୟା ସାହୁଙ୍କୁ ପ୍ରଥମ ପର୍ଯ୍ୟାୟ ଟୀକା ପ୍ରଦାନ କରାଯାଇଥିଲା ।

ଜଟଣୀରେ କରୋନା ଟିକା ନେବାଲାଗି ୭୧୫ ଜଣ ନାମ ପଜିଂକୃତ କରିଥିଲା ବେଳେ ଶୁକ୍ରବାର ପୁର୍ବାହ୍ନରେ ୫୩୦ଟି ଟୀକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚିଥିଲା । ଏହି ଟୀକା ଆଜି ଯେଉଁ ଯୋଦ୍ଧାମାନଙ୍କୁ ପ୍ରଦାନ କରାଯିବ ଏହାର ୨୮ଦିନ ପରେ ଦ୍ୱିତୀୟଟି ପ୍ରଦାନ କରାଯିବ ବୋଲି ଡାକ୍ତର ଅନ୍ତର୍ଯ୍ୟାମୀ ତ୍ରିପାଠୀ କହିଛନ୍ତି ।