Sunday, November 15, 2026
Home ଜିଲ୍ଲା ଖୋର୍ଦ୍ଧା ଓଭରବ୍ରିଜ କାର୍ଯ୍ୟ ତ୍ୱରାନିତ ଲାଗି ପୁଣି ଜିଲାପାଳଙ୍କ କ୍ଷେତ୍ର ସମୀକ୍ଷା

ଓଭରବ୍ରିଜ କାର୍ଯ୍ୟ ତ୍ୱରାନିତ ଲାଗି ପୁଣି ଜିଲାପାଳଙ୍କ କ୍ଷେତ୍ର ସମୀକ୍ଷା

65
Sanjeev

ଜଟଣୀ,୧୬/୦୧/୨୦୨୧(ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର): ବ୍ୟବସାୟୀଙ୍କୁ ଥଇଥାନ କରିବା, ବ୍ରିିଜ ନିର୍ମାଣ ସମୟରେ ଏବଂ ପରବର୍ତି ସମୟରେ ଆପ୍ରୋଚ ରୋଡ ପ୍ରଭୃତିଲାଗି ଗୁରୁତ୍ୱ ଦେବାକୁ କୁହାଯାଇଥିଲା । ଏନେଇ ଜିଲାପାଳଙ୍କ ସହିତ ଆଲୋଚନା ପରେ ଆପ୍ରୋଚରୋଡ ପାଇଁ ସୋମବାର ଜବରଦଖଲ ଉଛେଦ କରାଯିବା ସହିତ ଏହାର ୫ଦିନ ମଧ୍ୟରେ ବ୍ୟବସାୟୀମାନେ ନିଜନିଜ ଉଦ୍ୟମରେ ଜବରଦଖଲ ଉଛେଦ କରିନେବେ ବୋଲି ବ୍ୟବସାୟୀମାନେ ଜିଲାପାଳଙ୍କୁ କହିଛନ୍ତି ।

ଅନ୍ୟପଟେ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ୨୦୧୭ ମସିହାରେ ହୋଇଥିବା ଥଇଥାନ କମିଟିକୁ ବର୍ତମାନ ଖୋଜୁଛି ବ୍ୟବସାୟ ସଂଘ । ବିଗତ ୨୦୧୭ ମସିହାରେ ତତକାଳୀନ ଖୋର୍ଦ୍ଧାଜିଲାପାଳ ରୂପା ରୋଶନ ସାହୁ ମହୋଦୟାଙ୍କ ଉଦ୍ୟମରେ ଜଟଣୀ ଥଇଥାନ ସରକାରୀ କମିଟି ଗଠନ କରାଯାଇଥିଲା । ଏହି କମିଟି ମାଧ୍ୟମରେ ଜଟଣୀର ସମସ୍ତ ଅବହେଳିତ ଏବଂ ଭୂମିହୀନ ଲୋକମାନେ ଥଇଥାନ ହୋଇପାରିଥାନ୍ତେ ।

ମାତ୍ର ଏହି କମିଟି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ ଏବଂ ଏହି କମିଟିର କୈାଣସି ବୈଠକ ମଧ୍ୟ ଏଯାଏଁ କରାଗଲା ନାହିଁ । ଏଥିରେ ଭୂବନେଶ୍ୱର ଅତିରିକ୍ତ ଜିିଲାପାଳ କମିଟିର ଅଧ୍ୟକ୍ଷ ରହିଥିଲା ବେଳେ କମିଟିର ସଦସ୍ୟ ଆବାହକଭାବେ ପୈାରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରହିଥିଲେ । ସେହିପରି ଏହାର ସଦସ୍ୟମାନେ ହେଲେ ଭୂବନେଶ୍ୱର ଉପଜିଲାପାଳ, ରାସ୍ତା ଓ ଗୃହ ନିର୍ମାଣ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଜଟଣୀ ତହସିଲଦାର ଓ ଖୋର୍ଦ୍ଧା ଭୂମି ଗ୍ରହଣ ଅଧିକାରୀ ପ୍ରଭୃତି ବରିଷ୍ଠ ସରକାରୀ ଅଧିକାରୀମାନେ ଏହି କମିଟିରେ ସଦସ୍ୟ ରହିଥିଲେ ।

ମାତ୍ର ଏହି କମିଟି ଦ୍ୱାରା ରାଜ୍ୟ ଏବଂ ରେଳବିଭାଗ ଅଧିନରେ ରହିଥିବା ଭୂମିହୀନମାନଙ୍କୁ ଥଇଥାନ, ବ୍ୟବସାୟୀଙ୍କୁ ଥଇଥାନ ଓ ସୁରକ୍ଷା ଇତ୍ୟାଦି ୧୦ଟି ସମସ୍ୟାର ସମାଧାନ କରିବାକୁ କମିଟି ଗଠନ କରାଯାଇଥିଲା ।

ଜଟଣୀର ବହୁପ୍ରତିକ୍ଷୀତ ରେଳପଥ ଫ୍ଲାଏଓଭରବ୍ରିଜ ନିର୍ମାଣଲାଗି ଦିର୍ଘଦିନରୁ ଆଶା ଓ ଆଶଙ୍କା ମଧ୍ୟରେ ଜଟଣୀବାସୀ ରହିଛନ୍ତି । ଗ୍ରସ୍ତରେ ନିର୍ମାଣଧିନ ଓଭରବ୍ରିଜ ଅଂଚଳ ଏବଂ ଏଥିଲାଗି ବାଧକ ସାଜିଥିବା ଯାତାୟତର ମୂଖ୍ୟରାସ୍ତାର ଗତିପଥ ମାଗଦର୍ଶିତାର ସମୀକ୍ଷା କରି ଥିଲେ ।