Sunday, November 15, 2026
Home ଜିଲ୍ଲା ଚନ୍ଦ୍ରପୁରରେ ବିଏସଏନଏଲର ଲୁଚୁକାଳି ଖେଳ: କେତେବେଳେ ଆସିବ କେତେବେଳେ ଯିବ ଭଗବାନଙ୍କୁ ଜଣା

ଚନ୍ଦ୍ରପୁରରେ ବିଏସଏନଏଲର ଲୁଚୁକାଳି ଖେଳ: କେତେବେଳେ ଆସିବ କେତେବେଳେ ଯିବ ଭଗବାନଙ୍କୁ ଜଣା

64

ଚନ୍ଦ୍ରପୁର,(କୈଳାଶ ମାଳବିଶୋଇ): ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ବ୍ଲକରେ ସରକାରୀଆ ଚାକିରିଆ ଠାରୁ ଆରମ୍ଭ କରି ସରକାରୀ ସେବା ଏଠି ସବୁ ଅପହଞ୍ଚ।ଆଗରୁ ମାଓବାଦୀଙ୍କ ନାଁ ନେଇ ସରକାରୀ କର୍ମଚାରୀ,ଶିକ୍ଷକ ଓ ଅନ୍ୟ ସେବାଧ୍ୟାୟୀ କର୍ମଚାରୀ ଅଧିକାଂଶ ଏଠାକୁ ଆସୁ ନଥିଲେ।ଘରେ ବସି ଧରା ଧରି କରି ଦରମା ଗଣ୍ଡାକ ହାତଉଥିଲେ।ହେଲେ ଏବେ ମାଓବାଦୀ ଭୟ ନାହିଁ,କିନ୍ତୁ କର୍ମଚାରୀଙ୍କ ଅଭ୍ୟାସ ବଦଳୁନାହିଁ।ସ୍କୁଲରେ ଶିକ୍ଷକ ନାହିଁ,ସରକାରୀ କାର୍ଯ୍ୟାଳୟରେ ପାଳିରେ ଉପସ୍ଥିତି ସଲାସୁତୁରାରେ ଚାଲିଛି।ଆଉ ପ୍ରମୁଖ ସେବା ପ୍ରଦାନ କାରୀ ସଂସ୍ଥା ମଧ୍ୟରୁ ଅନ୍ୟତମ ବିଏସଏନଏଲ ଏଠି ଗ୍ରାହକ ମାନଙ୍କ ସହିତ ଲୁଚୁକାଳି ଖେଳୁଛି।ଯେତେ ଆପତ୍ତି ଅଭିଯୋଗ କଲେବି କେହି ଶୁଣିବାକୁ ନାହିଁ।ଅତ୍ୟାବଶ୍ୟକ ଜରୁରୀ ସେବା ନେଟୱାର୍କ ଫେଲ କାରଣରୁ ବିଷମ ପରିସ୍ଥିତି ସୃଷ୍ଟି କରୁଛି।

ମହାମାରୀ କରୋନା ସମୟରେ ନେଟୱାର୍କ ଫେଲ କାରଣରୁ ଛାତ୍ରଛାତ୍ରୀ ପାଠ ପଢ଼ାରୁ ନିବୃତ ରହିଲେ।ଅନେକ ମେଧାବୀ ଛାତ୍ରଛାତ୍ରୀ ନେଟୱାର୍କ ଫେଲ କାରଣରୁ ବିପିୟୁଟି ସେମିଷ୍ଟାର ପରୀକ୍ଷା ଦେଇ ନପାରି ବ୍ୟାକ ପେପରରେ ରହିଲେ।ସେମାନଙ୍କ ଦୁଃଖ ଅବର୍ଣ୍ଣନୀୟ ଥିଲା।ଏହି ଆଠ ଦିନ ତଳେ ଚନ୍ଦ୍ରପୁର ଅଂଚଳର ବିଏସ ଏନ ଏଲ ଗ୍ରାହକ ଏକଜୁଟ ହୋଇ କିଛି ଦିନ ଆନ୍ଦୋଳନରେ ବସି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।ଗତ ଦୁଇ ଫିନ ତଳେ ବିଭାଗୀୟ ଅଧିକାରୀଙ୍କ ହସ୍ତକ୍ଷେପ ଓ ଟାୱାର ମରାମତି ପରେ ଗୋଟିଏ ଦିନ ସେବା ଆରମ୍ଭ ହେଲା।ଅଂଚଳ ବାସୀ ଭାବିଲେ ଏତେ ଦିନ ପରେ ଦୁଃଖ ଗଲା।ହେଲେ ଗତକାଲି ଅପରାହ୍ଣରୁ ସେବା ସମ୍ପୂର୍ଣ୍ଣ ବାଧା ପ୍ରାପ୍ତ।ଏପରି କୀ 108 102 ସମ୍ପୂର୍ଣ୍ଣ ବଦ୍ଧ ହୋଇ ଗଲା । ଯାହା ଫଳରେ ଚନ୍ଦ୍ରପୁର ଅଞ୍ଚଳର ଦୁଖଃ ନ କହିଲେ ଭଲ ।