
ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): ଗୁରୁବାର ବିଳମ୍ବିତ ରାତ୍ରରେ ବାଲିଗୁଡାର ବିଶିଷ୍ଟ ବ୍ୟବସାୟୀ ହାଡୁବନ୍ଧୁ ଦାସଙ୍କ ଭୁବନେଶ୍ୱର ଏକ ଘରୋଇ ମେଡିକାଲରେ ବିୟୋଗ ହୋଇଯାଇଛି | ତାଙ୍କର ବୟସ 95 ବର୍ଷ ହୋଇଥିଲା | ମୃତ୍ୟୁ ବେଳକୁ ପରିବାର ଲୋକ ପାଖରେ ଉପସ୍ଥିତ ଥିଲେ |
ହାଡୁବନ୍ଧୁ ଦାସ ଆଗରୁ ବାଲିଗୁଡା ମା ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତିର ସଭାପତି ଭାବେ କାର୍ଯ୍ୟ କରିଥିଲେ | ଶ୍ରୀ ଦାସଙ୍କ ମୃତ୍ୟୁ ଖବର ଶୁଣି ବାଲିଗୁଡା ବ୍ୟବସାୟୀ ସଂଘ ପୁରା ବାଲିଗୁଡା ମାର୍କେଟ ବନ୍ଦ କରାଯଇଥିଲା | ତାଙ୍କର ଶେଷକୃତ୍ୟ ବାଲିଗୁଡା ବାସଭବନ ଠାରେ ଅନୁଷ୍ଠିତ ହୋଇଥିଲା |



