Tuesday, November 17, 2026
Home ଆଞ୍ଚଳିକ ସ୍ବର୍ଗତ ଡି ପ୍ରକାଶ ରାଓ ଙ୍କ ସ୍ମୃତି ରେ ଏକ ଶୋକ ସଭା ଓ ଦୀପ...

ସ୍ବର୍ଗତ ଡି ପ୍ରକାଶ ରାଓ ଙ୍କ ସ୍ମୃତି ରେ ଏକ ଶୋକ ସଭା ଓ ଦୀପ ଦାନ

25

ଆସିକା(ଜ଼ିଲ୍ଲା ଖବର): ଆଜି ସନ୍ଧ୍ୟା 6 ଘଣ୍ଟ ସମୟରେ ଲଷ୍ମୀ ବଜାର ସ୍ଥିତ ଚନ୍ଦ୍ର କଳ୍ପେଶ୍ୱର ମନ୍ଦିର ପ୍ରାଙ୍ଗଣରେ , ସ୍ବର୍ଗତ ଡି ପ୍ରକାଶ ରାଓ ଙ୍କ ସ୍ମୃତି ରେ ଏକ ଶୋକ ସଭା ଓ ଦୀପ ଦାନ ତ୍ରିରଙ୍ଗା ସେବା ସଂଘ ସଦସ୍ୟ ମାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲା। ଏହି ସଭାରେ ସଭାପତି ରଂଜନ କୁମାର ସାହୁ ଡି ପ୍ରକାଶ ରାଓ ଜୀଙ୍କ ସ୍ମୃତି ଚାରଣ କରିଥିଲେ ।

ସଞ୍ଜୟ ପଣ୍ଡା, ସରୋଜ ପାତ୍ର, ବିଘ୍ନ ଜିତ ମହାରଣା, ବଳରାମ ପାତ୍ର, ଅନାଦି ପାଣିଗ୍ରାହୀ, ଶିବଶମ୍ଭୁ ଗୌଡ଼, ଶଙ୍କର ବିଶ୍ୱାଳ, ପୁରୁଷୋତ୍ତମ ମଲ୍ଲ, ମିଲନ ମୁଦୁଲି, ଶ୍ରୀକାନ୍ତ ସାହୁ, ଅଶୋକ ମହାନ୍ତି ଙ୍କ ସମେତ ବହୁ ଯୁବକ ଯୋଗଦାନ କରି ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ।ପ୍ରକାଶ ରାଓ ଜି ବର୍ତ୍ତମାନ ମହାଶୂନ୍ୟରେ କିନ୍ତୁ ତାଙ୍କ ଜୀବନ ଓ ଦର୍ଶନ ସମାଜ ପାଇଁ ସର୍ବଦା ପ୍ରେରଣା ପ୍ରଦାନ କରିବ ।