Thursday, October 15, 2026
Home ଜିଲ୍ଲା କନ୍ଧମାଳ ଜୈବିକ ପୁଞ୍ଜ ମାଧ୍ୟମରେ ମାଛଚାଷ ତାଲିମ କାର୍ଯ୍ୟକ୍ରମ

ଜୈବିକ ପୁଞ୍ଜ ମାଧ୍ୟମରେ ମାଛଚାଷ ତାଲିମ କାର୍ଯ୍ୟକ୍ରମ

33
Sukant

ବାଲିଗୁଡା/କନ୍ଧମାଳ ଜ଼ିଲ୍ଲା (ସୁକାନ୍ତ କୁମାର ତ୍ରିପାଠୀ): ଚକାପାଦ ବ୍ଳକରେ ଥିବା ଶଗଡାସାହିରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ବାୟୋଫ୍ଲୋକ (ଜୈବିକପୁଞ୍ଜ) ମାଧ୍ୟମରେ ମାଛଚାଷ ସମ୍ପର୍କିତ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମତ୍ସ୍ୟ ଉପନିର୍ଦ୍ଧେଶକ ଶିବପ୍ରସାଦ ଭୋଈ ଯୋଗ ଦେଇ ବାୟୋଫ୍ଲୋକ ମାଧ୍ୟମରେ ମାଛଚାଷର ଗୁରୁତ୍ୱପୁର୍ଣ୍ଣ ଦିଗ ବାବଦରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜିଲ୍ଲାର ବିଭିନ୍ନ ବ୍ଳକର ୧୫ ଜଣ ମାଛ ଚାଷୀଙ୍କୁ ବୁଝାଇଥିଲେ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ମତ୍ସ୍ୟ ଅଧିକାରୀ ପ୍ରଫୁଲ୍ଲ କହଁର ଯୋଗ ଦେଇ ଏହାର ଉପକାରିତା ବିଷୟରେ ବୁଝାଇଥିଲେ। କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଳକର ଅତିରିକ୍ତ ମତ୍ସ୍ୟ ଅଧିକାରୀଙ୍କ ସମେତ କନିଷ୍ଠ ମତ୍ସ୍ୟ ସହାୟକମାନେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ଶେଷରେ ଚକାପାଦ ସହକାରୀ ମତ୍ସ୍ୟ ଅଧିକାରୀ ଜ୍ଞାନରଞ୍ଜନ ସେଠୀ ଧନ୍ୟବାଦ ଅର୍ପଣ କରିଥିବା ନେଇ ଜିଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍‍ ବିବୃତ୍ତିରେ ଦର୍ଶାଯାଇଛି।