Sunday, November 15, 2026
Home ଜିଲ୍ଲା ଖୋର୍ଦ୍ଧା ସାଇ ନିର୍ମଲ ପାଣି ବୋତଲରେ ପ୍ରିଟିଂ ତ୍ରୁଟିକୁ ନେଇ ଖାଦ୍ୟ ସୁରକ୍ଷା ତଦନ୍ତ

ସାଇ ନିର୍ମଲ ପାଣି ବୋତଲରେ ପ୍ରିଟିଂ ତ୍ରୁଟିକୁ ନେଇ ଖାଦ୍ୟ ସୁରକ୍ଷା ତଦନ୍ତ

86

ଜଟଣୀ,୧୪/୦୧/୨୦୨୧:(ସଞ୍ଜୀବ କୁମାର): ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୈାରପରିଷଦ ଅଧିନସ୍ଥ ଶ୍ରୀହରୀ ବିହାରରେ ଥିବା “ସାଇ ନିର୍ମଲ’ ନାମକ ଏକ ଘରୋଇ ପାନୀୟଜଳ କମ୍ପାନୀରେ ଗୁରୁବାର ମଧ୍ୟାହ୍ନରେ ଭୂବନେଶ୍ୱର –ଖୋର୍ଦ୍ଧା ସବଡିଭିଜନର ଖାଦ୍ୟ ସୁରକ୍ଷାଧିକାରୀ ତଦନ୍ତ କରି ଫେରିଛନ୍ତି । ସମସ୍ତ ଦସ୍ତାବିଜ ଓ ପାନୀୟଜଳର ନମୁନା ଇତ୍ୟାଦି ପରୀକ୍ଷା କରିବା ନିମନ୍ତେ ନେଇଛନ୍ତି ।

ସୁଚନାନୁସାରେ, ଜଟଣୀ ଶ୍ରୀହରି ବିହାରସ୍ଥିତ ସାଇ ନିର୍ମଲରୁ ପାଣି ବୋତଲ ମଗାଯାଇ ଚଳିତମାସ ୧୦ ତାରିଖରେ ଆୟୋଜିତ ହୋଇଥିବା କଂଗ୍ରେସର କାର୍ଯ୍ୟକ୍ରମରେ ବଂଟା ଯାଇଥିଲା । ଏଥିରେ ୧୫ତାରିଖ ରେ ନିର୍ମିତ ହୋଇଥିବା ପ୍ରିଟିଂ ରହିଥିଲା । ତେବେ ଏନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତିକରି ଗୁରୁବାର ମଧ୍ୟାହ୍ନରେ ସାଇ ନିର୍ମଲ କମ୍ପାନୀକୁ ଭୂବନେଶ୍ୱର ଓ ଖୋର୍ଦ୍ଧା ଡିଭିଜନର ଖାଦ୍ୟ ସୁରକ୍ଷାଧିକାରୀ ସତ୍ୟଜିତ ପଟେଲ ପହଁଚିଥିଲେ ।

ସମସ୍ତ ତଦନ୍ତପରେ ପାନୀୟଜଳ,ଦସ୍ତାବିଜ ଏବଂ ଅନ୍ୟାନ୍ୟ ଗାଇଡଲାଇନ ଠିକଠାକ ରହିଥିବା ଦେଖିବାକୁ ପାଇଥିଲେ । ପରେ ପାନୀୟଜଳ ପରୀକ୍ଷା ନିମନ୍ତେ ସାମ୍ପଲ ସଂଗ୍ରହକରି ନେଇଥିଲେ । ପ୍ରିଟିଂ ତ୍ରୁଟିକୁ ନେଇ କମ୍ପାନୀ ମାଲିକଙ୍କୁ ତାଗିଦ କରିବା ସହିତ ପୁନର୍ବାର ଏପରି ନହେବାଲାଗି ସଚେତନ କରିଥିଲେ ।