Thursday, November 12, 2026
Home ଜିଲ୍ଲା ଖୋର୍ଦ୍ଧା ନିଜସ୍ୱ ଜମିରେ ସ୍ଥାୟୀଭାବେ ହେବ ମଡେଲ ଷ୍ଟେଟବ୍ୟାଙ୍କ କାର୍ଯ୍ୟାଳୟଲାଗି ଉଚ୍ଚପଦାଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

ନିଜସ୍ୱ ଜମିରେ ସ୍ଥାୟୀଭାବେ ହେବ ମଡେଲ ଷ୍ଟେଟବ୍ୟାଙ୍କ କାର୍ଯ୍ୟାଳୟଲାଗି ଉଚ୍ଚପଦାଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

114

ଜଟଣୀ,୧୪/୦୧/୨୦୨୧:{ସଞ୍ଜୀବ କୁମାର}: ଖୋର୍ଦ୍ଧା ଜିଲ୍ଲାନିଜସ୍ୱ ଜମିରେ ସ୍ଥାୟୀଭାବେ ହେବ ମଡେଲ ଷ୍ଟେଟବ୍ୟାଙ୍କ କାର୍ଯ୍ୟାଳୟ । ଫ୍ଲାଏ ଓଭରବ୍ରିଜ ନିର୍ମାଣ ଏବଂ ସଙ୍କୋଚିତ ରାସ୍ତା କାରଣରୁ ଜଟଣୀ କାର୍ଯ୍ୟାଳୟକୁ ଅନ୍ୟତ୍ର ପ୍ରତ୍ୟାବର୍ତନ କରିବାଲାଗି ଗୁରୁବାର ଷ୍ଟେଟବ୍ୟାଙ୍କ ପକ୍ଷରୁ ଉଚ୍ଚ ପ୍ରଦସ୍ଥଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଛନ୍ତି ।

ଆବଶ୍ୟକ ଅନୁଯାୟୀ କାର୍ଯ୍ୟାଳୟ ଗୃହ ଓ ଗାର୍ଡି ପାର୍କିଂଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ସହିତ ଯୁଦ୍ଧକାଳିନଭିତିରେ ଶିଘ୍ର କାର୍ଯ୍ୟ ସମ୍ପାଦନା କରିବାଲାଗି ଉଦ୍ୟମ କରାଯାଉଛି ବୋଲି ଅଧିକାରୀ କ୍ଷେତ୍ର ପରିଦର୍ଶନ ଅବସରରେ କହିଛନ୍ତି । ଦିର୍ଘ ଦିନଠାରୁ ଅସ୍ଥାୟୀଭାବେ ମୂଖ୍ୟରାସ୍ତା କଡରେ ଏହି କାର୍ଯ୍ୟାଳୟ କାର୍ଯ୍ୟରତ ରହିଥିଲା ।

ଫଳରେ ଗାଡି ପାକିଂ ଏବଂ ଗ୍ରାହକମାନଙ୍କ ଭିଡଜମିବାପରେ କର୍ମଚାରୀମାନଙ୍କ କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ । ଏହାର କ୍ଷେତ୍ର ପରିଦର୍ଶନ କରିବା ସହ ମୂଖ୍ୟ କାର୍ଯ୍ୟାଳୟଭାବେ ଏହାର ନିର୍ମାଣ କରାଯିବ ବୋଲି ଡିଜିଏମ ଆନନ୍ଦ ବିକ୍ରମ କହିଛନ୍ତି । ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ଜଟଣୀ ଶାଖାର ଚିଫ ମ୍ୟାନେଜର ପ୍ରକାଶ ପଣ୍ଡାଙ୍କ ସହିତ ସମସ୍ତ ପଧାଧିକାରୀମାନେ ଉପସ୍ଥିତ ରହିଥିଲେ ।