
କୋଦଳା,14/01,(ଦେବାଶିଷ ମହାରଣା):ଗଞ୍ଜାମ ଜ଼ିଲ୍ଲା କୋଦଳା ଠାରେ କୋଦଳା କ୍ରିକେଟ ପ୍ରିମୀୟର ଲିଗ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହିଳା ସଭାନେତ୍ରୀ ଶ୍ରୀମତୀ ସୁଜତା ପ୍ରଧାନ, କୋଦଳା ଥାନା ଏସଆଇ ଅନିଲ କୁମାର ସାହୁ ଏବଂ କେଦାର ନାୟକ ଯୋଗଦେଇ କୋଭିଡ ନିୟମକୁ ମାନି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଏଥିରେ ଚାରୋଟି ଟିମ୍ ଖେଳିବାକୁ ମନୋନୀତ ହୋଇଥିବା ବେଳେ ପ୍ରଥମ ଦିନ ବାଲି ଢ଼ାବା ଟିମ୍ ସହ ମାହି XI6 ମ୍ୟାଚ ସମ୍ପର୍ଣ୍ଣ ହୋଇଛି। ଆଜି ଏହି ମ୍ୟାଚ ଦେଖିବା ପାଇଁ ବହୁ ସଂଖ୍ୟକ ଲୋକ ଗହଳି ହୋଇଥିଲେ।
ଏଥିସହ ଖେଳରେ ଶାନ୍ତି ଶୃଙ୍ଖଳାର ସହିତ କରୋନା କଟକଣା ନିୟମକୁ ଅବଲମ୍ବନ କରି ଖେଳାଳି ମାନେ କିଭଳି ଖେଳିବେ ଓ ଦର୍ଶକ ନିୟମ ମାନି ରହିବେ ସେ ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।କିଭଳି ଖେଳ ସୁରୁଖୁରୁରେ ହେବ ଏ ନେଇ ପରିଚାଳନା କମିଟି ସତର୍କ ରହି ସମସ୍ତ ପଦକ୍ଷେପ ଗ୍ରହଣ କରିଥିଲେ।




