Home ଜିଲ୍ଲା ସୁନ୍ଦରଗଡ଼: କୃଷି ବିଜ୍ଞାନ କେନ୍ଦ୍ରର ୧୭ ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ

ସୁନ୍ଦରଗଡ଼: କୃଷି ବିଜ୍ଞାନ କେନ୍ଦ୍ରର ୧୭ ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ

25


ସୁନ୍ଦରଗଡ଼,(ବିଶ୍ବରଂଜନ ହୋତା): ଆଜି କୃଷି ବିଜ୍ଞାନ କେନ୍ଦ୍ର, କିରେଇ, ସୁନ୍ଦରଗଡ଼ -୧ ପରିସରରେ ସୁନ୍ଦରଗଡ଼ ଜିଲ୍ଲାର ଚାଷୀମାନଙ୍କର ଉନ୍ନତି ନିମନ୍ତେ ୧୭ ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡିଶା କୃଷି ଓ ବୈଷୟିକ ବିଶ୍ଵିଦ୍ୟାଳୟ ର ସମ୍ମାନନୀୟ କୁଳପତି, ଡ଼ଃ ପୱନ୍ କୁମାର ଅଗ୍ରୱାଲ ଅଧ୍ୟକ୍ଷତା କରିଥିଲେ ଓ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ ସ୍ଵତନ୍ତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ବୈଠକକୁ ଯୁଗ୍ମ ନିର୍ଦ୍ଦେଶକ, ସମ୍ପ୍ରସାରଣ ନିର୍ଦ୍ଦେଶାଳୟ, ଶ୍ରୀ ପ୍ରସନ୍ନଜିତ୍ ମିଶ୍ର ପରିଚାଳନା କରିଥିଲେ।ଏହି ବୈଠକରେ ସମ୍ମାନନୀୟ କୁଳପତି ତାଙ୍କର ପ୍ରାରମ୍ଭିକ ଭାଷଣରେ ଚାଷୀମାନଙ୍କ ଉନ୍ନତି ପାଇଁ କୃଷି ବିଜ୍ଞାନ କେନ୍ଦ୍ରର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ପୂର୍ବ ବର୍ଷ ବୈଠକରେ ପରାମର୍ଶ ଦିଆଯାଇଥିବା

ବିଭିନ୍ନ ଚାଷ ସମ୍ବନ୍ଧୀୟ କାର୍ଯକ୍ରମ ର ସଫଳ ରୂପାୟନ କୁ ପ୍ରାଞ୍ଜଳ ଭାବରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼ଃ ଲକ୍ଷ୍ମୀପ୍ରିୟା ପ୍ରଧାନ ବ୍ୟାଖ୍ୟା କରିଥିଲେ ଏବଂ ଉନ୍ନତ ଖସଡ଼ା ପ୍ରସ୍ତୁତି ପାଇଁ କୃଷି ଓ କୃଷି ଆନୁସାଙ୍ଗିକ ବିଭାଗର ଅଧିକାରୀଗଣ ଓ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତାଙ୍କ ମତ ଗ୍ରହଣ କରିଥିଲେ।ବିଶେଷ କରି ଧାନର ଉନ୍ନତ କିସମର ପରୀକ୍ଷଣ,

ରୋଗ ପୋକ ପରୀକ୍ଷଣ, ମହୁମାଛି ପାଳନ, ଜୈବିକ କୃଷି,ଛତୁ ଚାଷ, ମାଣ୍ଡିଆ ଚାଷ, ପୁଷ୍ଟି ଶସ୍ୟର ଉତ୍ପାଦନ,ମାଣ୍ଡିଆ କିସମ ପରୀକ୍ଷଣ,ବିଲାତି ବାଇଗଣ ର କିସମ ଓ ବଜାରୀ କରଣ ଉପରେ ବିଭିନ୍ନ ଆଲୋଚନା କରିଥିଲେ।ଜିଲ୍ଲାରେ କୃଷି ଓ କୃଷି ଆନୁସାଙ୍ଗିକ କାର୍ଯ୍ୟର ବୈଷୟିକ ପରାମର୍ଶ ଓ ତାଲିମ୍ କୃଷି ବିଜ୍ଞାନ କେନ୍ଦ୍ର ଦେଇ ଆସୁଛି।

କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ କାର୍ଯ୍ୟ ସହିତ ଜିଲ୍ଲା ପ୍ରଶାସନର ସମସ୍ତ ସହଯୋଗ ରହିଅଛି ବୋଲି ଜିଲ୍ଲାପାଳ ତାଙ୍କର ବକ୍ତବ୍ୟ ରଖିଥିଲେ ଏବଂ ଜିଲ୍ଲାରେ ଓଡ଼ିଶା ଓ କୃଷି ବୈଷୟିକ ବିଶ୍ଵବିଦ୍ୟାଳୟ ତରଫରୁ ଆସୁଥିବା ନୂତନ କାର୍ଯକ୍ରମ କୁ ଜିଲ୍ଲା ରେ ସୁଚାରୁ ରୂପେ କାର୍ଯ୍ୟକାରୀ କରିବାରେ ସହଯୋଗ କରିବାର ସୂଚନା ପ୍ରଦାନ କରିଥିଲେ।

ଜିଲ୍ଲାର କୃଷି,ଉଦ୍ୟାନ,ପ୍ରାଣୀ ଚିକିତ୍ସା, ଜଳଛାୟା,କ୍ଷୁଦ୍ର ଜଳସେଚନ,ନାବାର୍ଡ, ଅଗ୍ରଣୀ ବ୍ୟାଙ୍କ୍ ପରିଚାଳକ, ଓଡ଼ିଶା କୃଷି ଶିଳ୍ପ ନିଗମ,ଜିଲ୍ଲା ଶିଳ୍ପ କେନ୍ଦ୍ର,ସ୍ୱେଚ୍ଛାସେବୀ ସଙ୍ଗଠନ ସି ଆଇ ଆର୍ ଟି ଡି ଓ ସେବକ ,ଟସର ଉତ୍ପାଦନ କେନ୍ଦ୍ର, କୃଷକ ଉତ୍ପାଦକ ସଙ୍ଗଠନର ଅଧିକାରୀ,ଅଗ୍ରଣୀ ପୁରୁଷ ଓ ମହିଳା ଚାଷୀ ତଥା ସାମ୍ବାଦିକ ଗଣ ଉପସ୍ଥିତ ରହି ନୂତନ ବର୍ଷର ଖସଡ଼ା ପ୍ରସ୍ତୁତି ପାଇଁ ଯୋଜନା କରିଥିଲେ। ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ମୁଖ୍ୟ ବୈଜ୍ଞାନିକ ଡ଼ଃ ସଚିନ ରାଉତରାୟ ତାଙ୍କର ଅଭିଭାଷଣରେ କୃଷି ବିଜ୍ଞାନ କେନ୍ଦ୍ରର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ଓ

ଆଗାମୀ ଦିନରେ ପଥୁରିଆ ଜମିରେ ଡ୍ରାଗନ୍ ଫଳ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷ ତାଙ୍କ ଅଭିଭାଷଣରେ ଭବିଷ୍ୟତରେ ଜିଲ୍ଲାରେ ସମନ୍ୱୟ ରକ୍ଷା କରି ସମସ୍ତ କାର୍ଯ୍ୟକୁ ଆଗକୁ ନେବା ସହିତ ଛତୁ ଚାଷର ବୃଦ୍ଧି,କୃଷକ ଉତ୍ପାଦକ ସଙ୍ଗଠନର

ସୃଷ୍ଟି ତଥା କୃଷି ବିଶ୍ଵବିଦ୍ୟାଳୟ ଓ କୃଷି ବିଜ୍ଞାନ କେନ୍ଦ୍ରର ଉତ୍ପାଦ କୁ ” ଓ ୟୁ ଏ ଟି କଳିଙ୍ଗ” ନାମରେ ନାମିତ କରିବା ଇତ୍ୟାଦି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ବୈଠକ ଶେଷରେ ଡେଭିଡ ଜେମସ ବାଗେ ଧନ୍ୟବାଦ୍ ଅର୍ପଣ କରିଥିଲେ।