Home ଜାତୀୟ ଆର୍ମୀ ଏୟାର ଡ଼ିଫେନ୍ସ ବାହିନୀକୁ କଲର୍ସ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

ଆର୍ମୀ ଏୟାର ଡ଼ିଫେନ୍ସ ବାହିନୀକୁ କଲର୍ସ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

25
ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ

ବ୍ରହ୍ମପୁର: ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ (ସେପ୍ଟେମ୍ବର ୨୮, ୨୦୧୯) ଓଡିଶାର ଗୋପାଳପୁରଠାରେ ଆର୍ମୀ ଏୟାର ଡ଼ିଫେନ୍ସ ବାହିନୀକୁ କଲର୍ସ ସମ୍ମାନ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଏହି ଅବସରରେ ଆର୍ମୀ ଏୟାର ଡ଼ିଫେନ୍ସର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ କହିଥିଲେ ଯେ, ସେମାନଙ୍କ ବଳିଦାନ ରାଷ୍ଟ୍ରର ସାର୍ବଭୌମତ୍ଵ ତଥା ଗୌରବ ରକ୍ଷା କରିବା ସହିତ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିପାରିଛି । ସମସ୍ତ ଅଧିକାରୀ ଏବଂ ସୈନିକଙ୍କ ଚମତ୍କାର ପ୍ରଦର୍ଶନ ଲାଗି ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ ଯେ, ବିଶ୍ଵର ସବୁଠୁ ଦୁର୍ଗମ ଅଞ୍ଚଳ ଏବଂ ପ୍ରତିକୂଳ ଜଳବାୟୁ ପରିସ୍ଥିତିରେ କାର୍ୟ୍ୟ କରିବାରେ ଏମାନେ ଦକ୍ଷ । ଭାରତୀୟ ସେନା ଏବଂ ରାଷ୍ଟ୍ର ଏମାନଙ୍କ ପାଇଁ ଗର୍ବିତ ।