Home ଜିଲ୍ଲା ଜିଲ୍ଲାପ୍ରଶାସନ ଓ ମିଲର ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଧାନ ମଣ୍ଡିରୁ ଉଠୁନି ଧାନ : ଉତ୍ୟକ୍ତ...

ଜିଲ୍ଲାପ୍ରଶାସନ ଓ ମିଲର ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଧାନ ମଣ୍ଡିରୁ ଉଠୁନି ଧାନ : ଉତ୍ୟକ୍ତ ଚାଷୀ ଅବରୋଧ କଲେ 326 ନମ୍ବର ଜାତୀୟ ରାଜପଥ : ଘଟଣା ସ୍ଥଳରେ ଜିଲ୍ଲାପ୍ରଶାସନ ଅଧିକାରୀଙ୍କ ଆଲୋଚନା ପରେ ହଟିଲା ଅବରୋଧ

49

ବିଷମକଟକ,(ପ୍ରସନ କୁମାର ପଣ୍ଡା): ଚଳିତ ବର୍ଷ ଖରିଫ ଧାନ ଅମଳ ହେବା ପରେ ରାଜ୍ୟ ସରକାରଙ୍କ ତରଫରୁ ରାୟଗଡା ଜିଲ୍ଲାପ୍ରଶାସନ ଦ୍ୱାରା ଜିଲ୍ଲାରେ ଚାଷୀଙ୍କ ସୁବିଧା ପାଇଁ ଧାନ ମଣ୍ଡି ଧାନ କ୍ରୟ ନିମନ୍ତେ ଆରମ୍ବ ହୋଇଥିଲା କିନ୍ତୁ ଧାନ ମଣ୍ଡି ଖୋଲିବା ପରେ ଜିଲ୍ଲାପ୍ରଶାସନ ର କିଛି ତ୍ରୁଟି ଯୋଗୁଁ ଚାଷୀ ଙ୍କୁ ପ୍ରଥମେ ଟୋକାନ ମିଳି ବାରେ ଡେରି ହୋଇଥିଲା ପରେ ଟୋକେନ ମିଳିଥିଲା

କିନ୍ତୁ ଜିଲ୍ଲାର ବହୁ ଜାଗାରେ ପଡି ରହିଲା ଧାନ : ନା ଆସିଲେ ମିଲର ନା ସହଯୋଗ ଦେଲେ ଜିଲ୍ଲାପ୍ରଶାସନ ହତାଶ ହୋଇ ପଡିରହିଲେ ଅସହାୟ ଚାଷୀ ଏମିତିକି ଅତି ଜରୁରୀ ଥିବା ସତ୍ୱେ ଗରିବ ଚାଷୀ ଅତି କମରେ 10 ବସ୍ତା ଧାନ ମଧ୍ୟ ବିକି ପାରିଲା ନାହିଁ । ବହୁ ଜାଗା ରେ ଖୋଲା ଆକାଶ ତଳେ ବର୍ତ୍ତମାନ ମଧ୍ୟ କୁଇଣ୍ଟାଲ କୁଇଣ୍ଟାଲ ଧାନ ପଡିଥିବା ବେଳେ ଚାଷୀ ମଧ୍ୟ ଶୀତ କାକର ରେ ଅପେକ୍ଷା କରି ରହିଛି କେବେ ବିକ୍ରି କରିବ ଧାନ ଆଜି ଏଭଳି ସ୍ଥିତି ରେ ଗୁଣୁପୁର ଉପଖଣ୍ଡ

ରାମନାଗୁଡ଼ା ବ୍ଲକ ର ଶତାଧିକ ଚାଷୀ 326 ନମ୍ବର ଜାତୀୟ ରାଜପଥ କୁ ସକାଳୁ 10 ଟା ରୁ ଅପରାହ୍ନ 2 ଘଣ୍ଟା ଯାଏଁ ଅବରୋଧ କରି ରଖିବା ଦ୍ୱାରା ରାସ୍ତା ର ଉଭୟ ପଟେ ଶହ ଶହ ଗାଡି ଅଟକି ରହି ଥିଲା ଚାଷୀ ମାନେ ମିଲର ଏବଂ ଜିଲ୍ଲାପ୍ରଶାସନ ର ମନମାନି ଏବଂ ମଧୁଚନ୍ଦ୍ରିକା କୁ ତୀବ୍ର ନିନ୍ଦା କରିବା ସହ ସୁରକ୍ଷା ନ ଥିବାରୁ ଧାନ ମଣ୍ଡି ରୁ ବହୁ ଧାନଚୋରି ହେଉଥିବା ଅଭିଯୋଗ

କରିବାସହ ଜିଲ୍ଲାପ୍ରଶାସନ ତୁରନ୍ତ ଚାଷୀ ଙ୍କ ଧାନ କ୍ରୟ କରିବାକୁ ଦାବି କରିବା ସହ ଏ ଯାଏଁ କୌଣସି ବିଧାୟକ କିମ୍ବା ସାଂସଦ ସେମାନଙ୍କ ଦୁଃଖ ବୁଝୁ ନ ଥିବାରୁ କ୍ଷୋଭ ପ୍ରକାଶ କରିବା ସହ ସେମାନଙ୍କ ଅସହଯୋଗ କୁ ନିନ୍ଦା କରିଥଲେ ଶେଷରେ ଜିଲ୍ଲାପ୍ରଶାସନ ତରଫରୁ ଗୁଣୁପୁର ଏସ ଡି ପି ଓ ରାଜକିଶୋର ଦାସ, ଉପଖଣ୍ଡ ଯୋଗାଣ ଅଧିକାରୀ ଏବଂ କିଛି ମିଲର ପହଁଚି ଚାଷୀ ଙ୍କ ସହ ଆଲୋଚନା କରିବା ପରେ ରାସ୍ତା ଅବରୋଧ ରୁ ହଟିଥଲେ ଚାଷୀ।