
ମୁନିଗୁଡା,(ପ୍ରସନ କୁମାର ପଣ୍ଡା): ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ହୁକୁମତୋଳା ନିକଟରେ ଦୁଇ ବାଇକ୍ ମୁହାମୁହି ଧକ୍କା ଫଳରେ ଜଣେ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଥିବା ବେଳ ୨ଜଣ ଗୁରୁତର ଓ ଜଣେ ଆହତ ହୋଇଛନ୍ତି ।
ଦୁର୍ଘଟଣାରେ ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ମୁନିଗୁଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ଡାକ୍ତର ଜଣକୁ ମୃତ ଘୋଷଣା କରିଥିବା ବେଳେ ୨ ଗୁରୁତର ଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ମୃତକ ଜଣକ କନ୍ଧମାଳ ଜିଲ୍ଲା ବଣ୍ଡାପିପିଲି ଗାଁର ଶୁକ୍ରୁ ଗୌଡ ଓ ଗୁରୁତର ମାନେ ହାଟମୁନିଗୁଡା ଗାର ବୋଲି ଜଣାପଡିଛି ।ଘଟଣା ସ୍ଥାଳରେ ମୁନିଗୁଡା ପୋଲିସ ପହଞ୍ଚି ତଦନ୍ତ କରିଛନ୍ତି।



