
ବିଷମକଟକ,(ପ୍ରସନ କୁମାର ପଣ୍ଡା):ଘରେ ଘରେ ପିଇିବା ପାଣି ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ କେତେବେଳେ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତାର ଅଭାବ ତ ଆଉ କେତେବେଳେ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ଅସୁବିଧାର ସମୁଖିନ ହେଉଛନ୍ତି ଗ୍ରାମବାସି ଏପରି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ର ଚାଞ୍ଚଡାଗୁଡା ପଞ୍ଚାୟତରେ I
ଚାଞ୍ଚଡାଗୁଡା ପଞ୍ଚାୟତରେ ନିର୍ମାଣ ହୋଇଥିବା ପାଣିଟାଙ୍କି, ଏହି ଟାଙ୍କିରୁ ପିଇବା ପାଣି ଘରେ ଘରେ ଯୋଗାଇଦେବା ପାଇଁ ପଞ୍ଚାୟତରାଜ ଓ ଜଳ ଯୋଗାଣ ବିଭାଗ ତରଫରୁ 1 କୋଟି 50 ଲକ୍ଷ ଟଙ୍କା ଅଟ୍ଟକଳ ବ୍ୟୟରେ ପ୍ରକଳ୍ପ ନିର୍ମାଣ ପାଇଁ 18.3.2018 ରେ ସେତେବେଳର ପୁର୍ବତନ ସମବାୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ସୁର୍ଯ୍ୟନାରାୟଣ ପାତ୍ର ଙ୍କ ଦ୍ବାରା ପ୍ରକଳ୍ପର ଶିଳାନ୍ୟାସ ଶୁଭ ଦିଆ ଯାଇଥିଲା
ଇତି ମଧ୍ୟରେ ପ୍ରାୟ 3 ବର୍ଷ ହେବାକୁ ଆସିଲାଣି ତଥାପି ଏ ଏଯାଁଏ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇପାରୁନାହିଁ, କେଉଁଠି ରାସ୍ତା ଖୋଳି ପାଇପ୍ ଲାଇନ୍ ଅଧା କାମ ସରିଛି ତ ଆଉ କେଉଠି ପାଇପ୍ କାମ ଆରମ୍ବ ହିଁ ହୋଇନି ପୁଣି କିଛି ମାସ ହେବ କାମ ସମ୍ପୁର୍ଣ୍ଣ ବନ୍ଦ ରହିଛି,ଯାହକୁ ନେଇଁ ଏବେ ଅସନ୍ତୋଷ ବୃଦ୍ଧି ପାଇବେରେ ଲାଗିଛି I
ଏହି ପାଣି ଟାଙ୍କି କାର୍ଯ୍ୟକ୍ଷମ ହେଲେ ଘଣ୍ଟିଖାଲ, ବେର୍ଦେଲିଗୁଡା, ସନ୍ୟାସିଗୁଡା, ପୁରୁଣାପାଣି, ହୁରୁଗୁଡି, ଚାଞ୍ଚରାଗୁଡା ଓ ବ୍ଲକ୍ କଲୋନି ବାସୀ ପିଇବା ପାଣି ପାଇପାରିବେ I ଏହି ସବୁ ଅଞ୍ଚଳ ମାନଙ୍କରେ ପିଇବା ପାଣିର ସମସ୍ୟା ରହିଛି, ଆଗକୁ ଆସୁଛି ଖରାଦିନ ପାଣିର ସମସ୍ୟା ଆହୁରି ଦୁଇଗୁଣିତ ହୋଇଯିବ ତେଣୁ ଅଞ୍ଚଳବାସି ବହୁବାର ପ୍ରଶାସନ ନିକଟରେ ଦାବି କରୁଥିଲେ ମଧ୍ୟ ଏ ଯାଏଁ ସମସ୍ୟାର ସମାଧାନ ହୋଇ ପାରୁନାହିଁ।
ଏହି ବିଷୟରେ ମୁନିଗୁଡା RWSS ଏସ୍ ଡିଓ ଙ୍କୁ ବହୁ ବାର ଯୋଗାଯୋଗ କରିବା ପରେ ମଧ୍ୟ ଯୋଗା ଯୋଗ ହୋଇ ପାରି ନଥିଲା ଏମିତିକି ପଞ୍ଚାୟତର ସରପଞ୍ଚ ମଧ୍ୟ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟ ସରିପାରୁନାହି କି ଲୋକଙ୍କ ପାଖରେ ପାନିୟ ଜଳ ପହଞ୍ଚି ପାରିନାହିଁ , ଯଦି ଏହାର ସମାଧାନ ନହୁଏ ଲୋକେ ଆନ୍ଦୋଳକୁ ଓଲ୍ହାଇବାକୁ ଚେତାବନି ଦେଇଛନ୍ତି I










