Tuesday, October 13, 2026
Home ଅପରାଧ ଓଗରସୂଆଁ ଦଳିତଙ୍କ ଶ୍ମସାନ ଜମିରେ ଜୋରଜବରଦସ୍ତ ରାସ୍ତା ନିର୍ମାଣ

ଓଗରସୂଆଁ ଦଳିତଙ୍କ ଶ୍ମସାନ ଜମିରେ ଜୋରଜବରଦସ୍ତ ରାସ୍ତା ନିର୍ମାଣ

41

ଜଟଣୀ,୧୨/୦୧/୨୦୨୧{ସଞ୍ଜୀବ କୁମାର}: ଖୋର୍ଦ୍ଧା ଜିଲ୍ଲା ଜଟଣୀବ୍ଲକ ଅନ୍ତର୍ଗତ ଛଣଘର ପଚାଂୟତର ଓଗରସୁଆଁ ଦଳିତମାନଙ୍କଲାଗି ଗ୍ରାମ୍ୟରାସ୍ତାର ବ୍ରିଜନିକଟକୁ ଲାଗି ଏକ ଗୋଚର ପଡିଆ ମଧ୍ୟରେ ଅସ୍ଥାୟୀ ଶ୍ମସାନ ରହିଛି । ଯାହାର ପ୍ଲଟନଂ ୫୧୬ ହୋଇଥିବା ବେଳେ ଏହାକୁ ବାପଜେଜ ଅମଳରୁ ସେମାନେ ଶ୍ମସାନଭାବେ ବ୍ୟବହୃତ କରୁଛନ୍ତି । ମାତ୍ର ଏହି ବାଟଦେଇ ଶ୍ମସାନର ପଶ୍ଚିମଦିଗକୁ ରହିଥିବା ଜମିକୁ କେତେକ ବିଲ୍ଡର କିଣିନେଇ ସେହିରାସ୍ତାକୁ ବାଟ ଖୋଲିବାଲାଗି ଯୋଜନା କରାଯାଇଥିଲା । ସେହି ରାସ୍ତାକୁ ୨ଦିନ ହେଲା ରାସ୍ତା ନିର୍ମାଣକାର୍ଯ୍ୟ ଆରମ୍ଭ ହେବାପରେ ମଙ୍ଗଳବାର ଦଳିତମହିଳାମାନେ କାର୍ଯ୍ୟବନ୍ଦ କରିବା ସହିତ ନିର୍ମାଣଧୀନ ରାସ୍ତା ଅବରୋଧ କରିଥିଲେ । ତେବେ ଏନେଇ ଓଗରସୂଆଁ ଗ୍ରାମର କେତେକ ଯୁବକମାନେ ରାସ୍ତାବନ୍ଦ ନକରିବାକୁ ଦଳିତମାନଙ୍କୁ ଧମକଚମକ ଦେଇଥିଲେ ।

ଏପରିକି ବୋମା ପକାଇ ଜିବନରୁ ମାରିଦେବାଲାଗି କହିବାରୁ ଉକ୍ତ ଦଳିତପରିବାରର ଲୋକମାନେ ଭୟଭିତ ହୋଇଯାଇଥିବା ଜଟଣୀଥାନାରେ ଲିଖିତ ଅଭିଯୋଗ କରିଥିଲେ । ଓଗରସୂଆଁ ଗ୍ରାମର କେତେକ ଅସାମାଜିକ ଯୁବକ ଏପରି ଧମକଚମକ ଦେଉଥିବା ନେଇ ଜଟଣୀଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଖବରପାଇ ଜଟଣୀଥାନା ପୁଲିସ ଘଟଣାସ୍ଥଳରେ ପହଁଚି ସେମାନଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧକୁ ହଟାଇଥିଲା ।

ହେଲେ ସେମାନେ ସେମାନଙ୍କ ଦାବି ପାଇବାକୁ ଗୁହାରୀ କରିଥିଲେ । ଅନ୍ୟପକ୍ଷରେ ଉକ୍ତ ଗ୍ରାମର ଦଳିତ ପରିବାରମାନଙ୍କ ସବସତ୍କାରଲାଗି ଏକମାତ୍ର ଏହି ଶ୍ମସାନଜମି ରହିଛି । ସେଥିରେ ସେମାନେ ଦିର୍ଘଦିନରୁ ଅସ୍ଥାୟୀଭାବେ ୪ଟି ପଥର ପକାଇ ଶବଦାହ କରୁଛନ୍ତି । ଏପର୍ଯ୍ୟନ୍ତ ସେମାନଙ୍କପାଇଁ ସ୍ଥାୟୀ ଓ ପକ୍କା ଶ୍ମସାନଘରଟିଏ ନିର୍ମାଣ କରାଗଲା ନାହିଁ । ସବସତ୍କାର କରୁଥିବା ସେହିଜମିକୁ ପ୍ରଶାସନ ସେମାନଙ୍କୁ ହସ୍ତାନ୍ତର କରିଥିବା ବେଳେ ସେହିଜମି ଉପରେ ବର୍ତମାନ ବିଲ୍ଡରଙ୍କ ଲୋଲୁପଦୃଷ୍ଟି ପଡିଲାଣି ବୋଲି କହିଛନ୍ତି ।