
ବାଲିଗୁଡା,12/1(ସକାନ୍ତ କୁମାର ତ୍ରିପାଠୀ): ଗତକାଲି ସ୍ଥାନୀୟ ବିରାଗୁଡା ଗ୍ରାମଠାରେ ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ଏକ ଧ୍ୟାନବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଆନ୍ଧ୍ର ପ୍ରଦେଶ ପୁଟପର୍ତ୍ତୀ ଆଶ୍ରମ ରୁ କନ୍ଧମାଳ ଜିଲ୍ଲା କୁ ନଅଗୋଟି ବୃକ୍ଷ ମିଳିଅଛି ଯାହା ସାଧନା ବୃକ୍ଷ ନାମରେ ନାମିତ |
ବାଲିଗୁଡା ସାଇ ମନ୍ଦିର ର ଶ୍ରଦ୍ଧାଳୁ ମାନେ ଗାଁରେ ପହଁଚି ଗ୍ରାମ ପରିକ୍ରମା କରିଥିଲେ |ଏହା ପରେ ବେଦପଠନ, ଗୀତାର ଧ୍ୟାନ ଯୋଗ ଆକ୍ରୁତି, ସାଇ ଗାୟତ୍ରୀ ର ସମୂହ ଉଚ୍ଚାରଣ ମଧ୍ୟରେ ହୋମ ଯଜ୍ଞ କରାଯାଇଥିଲା, ଷୋଡଶ ଉପଚାର ପୂଜା କରାଯାଇ ଧ୍ୟାନବୃକ୍ଷ ସବୁ ରୋପଣ କରାଯାଇ ଥିଲା |
ସେହିପରି କୋଟଗଡ ଏବଂ ବଡ଼ଗାଁ ଠାରେ ମଧ୍ୟ ଏହି ଧ୍ୟାନବୃକ୍ଷ ରୋପଣ କରାଯିବ | ଅନୁରୂପ ଭାବେ ଫୁଲବାଣୀ ସମିତି ରେ ଦୁଇଗୋଟି ଏବଂ ରାଇକିଆ ସମିତିରେ ଚାରିଗୋଟି ଧାନବୃକ୍ଷ ରୋପଣ ନିମନ୍ତେ କାର୍ଯ୍ୟକ୍ରମ ଚାଲିଛି |







