Wednesday, October 14, 2026
Home ଜିଲ୍ଲା କନ୍ଧମାଳ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ପ୍ରତ୍ୟେକ ସାହି ଓ ଗଳିରେ ନାମଫଳକ ଓ ଯାତ୍ରୀ...

ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ପ୍ରତ୍ୟେକ ସାହି ଓ ଗଳିରେ ନାମଫଳକ ଓ ଯାତ୍ରୀ ବିଶ୍ରାମ କକ୍ଷ କରିବା କୁ ଦାବିପତ୍ର ପ୍ରଦାନ

112

ବାଲିଗୁଡା,12/1(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ପ୍ରତ୍ୟେକ ସାହି ଗଳିର ନାମ ଫଳକ ଲଗାଯିବା ଏବଂ ଛକ ସ୍ଥାନ ଗୁଡିକରେ ଯାତ୍ରୀ ବିଶ୍ରାମ କକ୍ଷ ନିର୍ମାଣ କରିବା ସମ୍ପର୍କେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟାଖ୍ୟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି |ଆଜକୁ ପ୍ରାୟ 5 ବର୍ଷ ପୂର୍ବେ ପ୍ରଥମ ଥର ବାଲିଗୁଡା କୁ ରାଜ୍ୟ ସରକାର ବିଜ୍ଞାପିତ ଅଂଚଳ ଭାବରେ ଘୋଷଣା କରିଥିଲେ ମଧ୍ୟ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଥିବା ସମସ୍ତ ୱାର୍ଡ ର ପ୍ରବେଶ ପଥରେ ଆଜି ପର୍ଯ୍ୟନ୍ତ କୌଣସି ନାମ ଫଳକ ଲଗାଯାଇ ନାହିଁ | ଫଳରେ ବାହାରୁ ନିଜ ସମ୍ପର୍କୀୟଙ୍କ ଘରକୁ ଆସୁଥିବା ଲୋକ ବା ଅନ୍ୟ କୌଣସି କାର୍ଯ୍ୟରେ ଆସୁଥିବା ବ୍ୟକ୍ତିମାନେ ଠିକ ଭାବେ ଜାଣିନପାରି ନାହିଁ ନ ଥିବା ହଇରାଣ ହରକତ ହେବାକୁ ପଡୁଛି |

ତତ ସଙ୍ଗେ ସଙ୍ଗେ ଛକ ଜାଗା ମାନଙ୍କରେ ଯାତ୍ରୀ ମାନଙ୍କ ପାଇଁ କୌଣସି ଯାତ୍ରୀ ବିଶ୍ରାମ ଗାର କିମ୍ବା ବିଶ୍ରାମ କକ୍ଷ ର ବ୍ୟବ୍ୟସ୍ଥା ନ ଥିବା ଯୋଗୁଁ ବସ ଯୋଗେ ଯିବା ଆସିବା କରିବା ପାଇଁ ଯାତ୍ରୀ ଙ୍କୁ ଘଣ୍ଟା ଘଣ୍ଟା ଧରି ବସ କୁ ଅପେକ୍ଷା କରି ବାକୁ ପଡୁଥିବା ବେଳେ ବାଧ୍ୟ ହୋଇ ଯାତ୍ରୀମାନେ ଖରା, ବର୍ଷା, ଶୀତ ଦିନରେ ରାସ୍ତା କଡରେ ଛିଡା ହୋଇ ରହିବାକୁ ପଡୁଛି | ମାନବ ଅଧିକାର ପରିବେଶ ସୁରକ୍ଷା ସଂଘଠାନ ର ଯୁବ ସଭାପତି ଶ୍ରୀ ଆଲୋକ ନାୟକ ଙ୍କ ନେତୃତ୍ୱରେ ଗତକାଲି ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟାଖ୍ୟଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି | ଏହି ଦାବିପତ୍ର ପ୍ରଦାନ ବେଳେ ମାନବ ଅଧିକାର ପରିବେଶ ସୁରକ୍ଷା ସଂଘଠନର ରାଜ୍ୟ ସମ୍ପାଦକ ପଦ୍ମନାଭ ପାଣିଗ୍ରାହୀ, ଜଗନ୍ନାଥ ସାହାଣୀ ଓ ଜୟନ୍ତୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ |