Home Uncategorized ଉପଭୋକ୍ତାମାନଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି ସହରର ୩୦ ସ୍ଥାନରେ ଚଢାଉ

ଉପଭୋକ୍ତାମାନଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି ସହରର ୩୦ ସ୍ଥାନରେ ଚଢାଉ

60

ଜଟଣୀ,୧୨/୦୧/୨୦୨୧: (ସଞ୍ଜୀବ କୁମାର): ଖୋର୍ଦ୍ଧା ଜିଲ୍ଲା ବିଦ୍ୟୁତଉପଭୋକ୍ତାମାନଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି । କେତେବେଳେ ବିଦ୍ୟୁତଦର ବୃଦ୍ଧି ହେଉଥିବା ବେଳେ ବିଦେଶୀ ମିଟର ଆଉ ଏକ ସମସ୍ୟା ହୋଇଛି । ତେବେ ଏ ସବୁପରେ ବର୍ତମାନ ବେଆଇନ ମିଟର ଟ୍ୟାମ୍ପରିଂ ଉପରେ ଧରପଗଡ ଯୋରଦାର ହୋଇଛି । ଏହି କ୍ରମରେ ମଙ୍ଗଳବାର ମଧ୍ୟାହ୍ନରେ ବିଦ୍ୟୁତବିଭାଗର ଏକ ଏନଫୋର୍ସମେଂଟ ଟିମ ଜଟଣୀ ରାଜାବଜାର ସ୍ଥିତ ପାର୍ବତୀ ଗେଷ୍ଟହାଉସଠାରୁ ଚଢାଉ ଆରମ୍ଭ କରିଛନ୍ତି । ଏହି କ୍ରମରେ ମୋଟ ୩୦ଟି ସ୍ଥାନରେ ଚଢାଉ କରିଥିବା ବେଳେ ସେଥି ମଧ୍ୟରୁ ୨ଟି ବେଆଇନ ମିଟର ଟ୍ୟାମ୍ପରିଂ ହୋଇଥିବା ନେଇ ଚଢାଉ କରାଯାଇଥିଲା । ଏଥି ସହିତ ୧ଟି ମିଟର ଡ୍ୟାମେଜ ହୋଇଥିବା ବେଳେ ବିଦ୍ୟୁତ ଯୋଗାଣ ଜାରି ରହିଥିଲା । ତେଣୁ ଏସବୁ ଖିଲାପକାରୀଙ୍କ ବିରୋଧରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଆଉ କେତେକ ଘର ବାହାରପଟୁ ବନ୍ଦ ରହିଥିବା ଯୋଗୁଁ ଚଢାଉ କରାଯାଇ ପାରିନାହିଁ । ଏହି ଚଢାଉ ଆଗକୁ ଜାରି ରହିବ ବୋଲି ଇଲେକ୍ଟିକାଲ ସର୍କୁଲାର ସ୍ପେଶାଲ ମ୍ୟାନେଜର ସୁରେଶ ଚନ୍ଦ୍ର ବେହେରା କହିଛନ୍ତି । ଏହି ଚଢାଉରେ ଜଟଣୀ ସବଡିଭିଜନ ଏସଡିଓ ଦିପକ କୁମାର ବେହେରା, ଏନଫୋର୍ସମେଂଟ ଟିମମୂଖ୍ୟ ଭିକ୍ରାନ୍ତ ସିଂ, ଜଟଣୀ କାର୍ଯ୍ୟାଳୟ ଯନ୍ତ୍ରୀ-୧ ନିହାର ରଂଜନ ସାହୁ,ବିଦ୍ୟୁତଥାନା ପୁଲିସ ଟିମଙ୍କ ସହିତ ଏନଫୋର୍ସମେଂଟ ଟିମର ସମସ୍ତ ଅଧିକାରୀମାନେ ଯୋଗଦେଇଥିଲେ ।