Thursday, November 12, 2026
Home ଜିଲ୍ଲା ରାୟଗଡା ଜିଲ୍ଲାପରିଷଦ ର ପୂର୍ବତନ ଜିଲ୍ଲାପରିଷଦ ଅଧକ୍ଷ୍ୟ ଡକ୍ତର ପୁରୁଷୋତ୍ତମ ଗମାଙ୍ଗ ଙ୍କ ମୁର୍ତ୍ୟୁ ହତ୍ୟା,...

ରାୟଗଡା ଜିଲ୍ଲାପରିଷଦ ର ପୂର୍ବତନ ଜିଲ୍ଲାପରିଷଦ ଅଧକ୍ଷ୍ୟ ଡକ୍ତର ପୁରୁଷୋତ୍ତମ ଗମାଙ୍ଗ ଙ୍କ ମୁର୍ତ୍ୟୁ ହତ୍ୟା, ଦୁର୍ଘଟଣା ଜନିତ ନା ରାଜନୈତିକ, ମୁର୍ତ୍ୟୁ ଘଟିବାର ଏକ ବର୍ଷ ପରେ ମଧ୍ୟ ଖୁଲାସା କରିବାରେ ବିଫଳ ରାଜ୍ୟ ସରକାର ଏବଂ ଜିଲ୍ଲାପ୍ରଶାସନ : ସି ବି ଏଇ ତଦନ୍ତ କଥା ଦୋହରାଇଲେ କୋରାପୁଟ ସାଂସଦ ଉଲାକା

34

ବିଷମକଟକ,(ପ୍ରସନ କୁମାର ପଣ୍ଡା): ରହସ୍ୟ ଘେରରେ ରାୟଗଡା ଜିଲ୍ଲାପରିଷଦ ର ପୂର୍ବତନ ଅଧକ୍ଷ୍ୟ ଡକ୍ତର ପୁରୁଷୋତ୍ତମ ଗମାଙ୍ଗ ଙ୍କ ହତ୍ୟା ଆଜି ତାଙ୍କ ଗ୍ରାମ ଅନ୍ତରଝୋଲି ରେ ଏକ ବର୍ଷ ପୂର୍ତ୍ତି. ଅବସରରେ ଆୟୋଜିତ ଶ୍ରାଦ୍ଧ ଦିବସ ରେ ରାଜ୍ୟ ସରକାରଙ୍କ ଅପାରଗତା ସହ ଡକ୍ତର ଗମାଙ୍ଗ ଙ୍କ ହତ୍ୟା କୁ ଚପାଇ ଦେବା ହୀନ ପ୍ରୟାସ କୁ. ତୀବ୍ର ଙ ନିନ୍ଦା କରିଛନ୍ତି ଆଜି କୁ ଠିକ ଏକ ବର୍ଷ ପୂର୍ବେ ରାୟଗଡା ରୁ ଫେରୁଥିବା ବେଳେ ସ୍ବର୍ଗତ ଗମାଙ୍ଗ ଙ୍କ ଇନୋଭା ଗାଡି ରୁ ଓଲ୍ହାଇ ଗୋଟିଏ ବାଇକ ରେ ଗୁଣୁପୁର ଫେରୁ ଥିବା ସମୟରେ ରାସ୍ତା ରେ ତାଙ୍କର ମୁର୍ତ୍ୟୁ ହୋଇଥିବା ଘଟଣା ରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗମାଙ୍ଗ ଙ୍କ ରାସ୍ତା ଦୁର୍ଘଟଣା ରେ ଅତ୍ୟଧିକ ମଦ୍ୟ ଯୋଗୁଁ ହୋଇଥିବା କହୁଥିବା ବେଳେ ପୋଷ୍ଟମାର୍ଟମ ରିପୋର୍ଟ ରେ ସ୍ଥାନୀୟ ଡାକ୍ତର ମଦ୍ୟ ପାନ ପାଇଁ ହୋଇ ନ ଥିବା ଘଟଣାରେ କୌଣସି ସତ୍ୟସତ୍ୟା ଏବଂ ତାଳମେଳ ରହୁ ନ ଥିବା ଯୋଗୁଁ କୋରାପୁଟ ସାଂସଦ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା ଙ୍କୁ ପ୍ରଶ୍ନୋତ୍ତର ମାଧ୍ୟମ ରେ ସି ବି ଆଇ ତଦନ୍ତ ଦାବି କରିବେ ବୋଲି ଆମ ଜିଲ୍ଲାପ୍ରତିନିଧି ପ୍ରମୋଦ କୁମାର ସାହୁ ଙ୍କୁ ସୂଚନା ଦେଇ ଛନ୍ତି ଅପରପକ୍ଷେ ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେପି ର ବରିଷ୍ଠ ନେତା ଡକ୍ତର ଗିରିଧାରୀ ଗମାଙ୍ଗ କିନ୍ତୁ ଏହି ଘଟଣା କୁ ଅତି ହାଲୁକା ଭାବେ ନେଇ କୌଣସି ଦଳ କୁ ଦୋଷାରୋପ ନ କରି ଡକ୍ତର ପୁରୁଷୋତ୍ତମ ଙ୍କ ମୁର୍ତ୍ୟୁ ବିଷୟରେ କୌଣସି ଟିପ୍ପଣୀ ନ ଦେଇ ଏକ ପାରିବାରିକ ଶ୍ରାଦ୍ଧ ରେ ଯୋଗ ଦେଇଛି ବୋଲି ଆମ ଜିଲ୍ଲାପ୍ରତିନିଧି ଙ୍କୁ ଜଣାଇଛନ୍ତି ଡକ୍ତର ଗିରିଧାରୀ ଗମାଙ୍ଗ ଙ୍କ ଏହି ମନ୍ତବ୍ୟ କୁ କଡା ସମାଲୋଚନା କରିଛନ୍ତି ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପଣ୍ଡା ବିଜେପି ଏବଂ ବିଜେଡି ଉପରଠାଉରିଆ ଭାବେ ଅଲଗା ବୋଲି କହୁ ଥିବା ବେଳେ ଦୁଇ ଦଳ ର ବିତିରିଆ ସମ୍ପର୍କ ରହିଛି ବୋଲି ଜଣାଇଛନ୍ତି ତେଣୁ କୋରାପୁଟ ସାଂସଦ ଉଲାକା ପୂର୍ବତନ ଜିଲ୍ଲାପରିଷଦ ଅଧକ୍ଷ୍ୟ ଡକ୍ତର ପୁରୁଷୋତ୍ତମ ଗମାଙ୍ଗ ଙ୍କ ହତ୍ୟା ଘଟଣା ର ସି ବି ଆଇ ତଦନ୍ତ ଦାବି କରିଛନ୍ତି ଦୁଇ. ମିନଟ ନିରବ ପ୍ରାର୍ଥନା କରାଯାଇ ଥିଲା