
ଜଟଣୀ,୧୧/୦୧/୨୦୨୧(ଜିଲ୍ଲା ସଞ୍ଜୀବ କୁମାର): ଜଟଣୀ ନିକଟସ୍ଥ ବଡତୋଟା -ବେଲପଡା ଉଚ୍ଚବିଦ୍ୟାଳୟର ୧୯୯୯ ମସିହା ମାଟ୍ରିକବ୍ୟାଚ ଛାତ୍ରଛାତ୍ରୀମାନଙ୍କ ଏକ ବନ୍ଧୁବମିଳନ କାର୍ଯ୍ୟକ୍ରମ ମା’ ବରୁଣେଇଙ୍କ କରୁଣାଇପୀଠରେ ଆୟୋଜିତ ହୋଇଯାଇଛି । ଏଥିରେ ଉକ୍ତ ବ୍ୟାଚର ୨୦୦ଜଣ ଛାତ୍ରଛାତ୍ରୀ ତଥା ବର୍ତମାନର ପ୍ରତିଭାମାନେ ଯୋଗଦାନ କରି ବିଭିନ୍ନ ସମାଜମଙ୍ଗଳକାରୀ କାର୍ଯ୍ୟକ୍ରମ ପ୍ରସ୍ତୁତ ଉପରେ ଆଲୋଚନା କରିଥିଲେ । ଦିର୍ଘ ୨୧ବର୍ଷର ବ୍ୟବଧାନପରେ ସମସ୍ତେ ଏକତ୍ରିତ ହେବାପରେ ଏକ କୋଳାହଳ ପରିବେଶ ମଧ୍ୟରେ ଭାବାର ଆଦାନପ୍ରଦାନ କରିଥିଲେ । ଶେଷରେ ଭୋଜିଭାତର ଆୟୋଜନ ମଧ୍ୟରେ ଜଣେ ଅନ୍ୟଜଣଙ୍କ ମଧ୍ୟରେ ନୂତନବର୍ଷକୁ ଅଭିନନ୍ଦନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରମୋଦ କୁମାର ଦାସ, କାହ୍ନୁଚରଣ ସାହୁ, ଗିରିଜା ଶଙ୍କର ସାମଲ,ବିରେନ ମାର୍ଥା,ସଜଂୟ କୁମାର ଜେନା, ମଧୂସୁଦନ ପରିଡା, ରଣଜିତ ମହାରଣାଙ୍କ ସହିତ ଅନ୍ୟମାନେ ପରିଚାଳନା କରିଥିଲେ । ସେହିପରି ନୂତନବର୍ଷ ୨୦୨୧ କୁ ସ୍ୱାଗତ କରିବାଲାଗି ବଡତୋଟା-ବେଲପଡା ଉଚ୍ଚବିଦ୍ୟାଳୟର ୨୦୦୯ ମସିହା ମାଟ୍ରିକ ବ୍ୟାଚର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଗ୍ରାମ୍ୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଛି । ଉକ୍ତ ବ୍ୟାଚର ଏହା ୧୨ତମ ବାର୍ଷିକୋ ବନ୍ଧୁମିଳନ କାର୍ଯ୍ୟକ୍ରମ ହୋଇଥିଲା ବେଳେ ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ଏକ ଭିନ୍ନ ଢଙ୍ଗରେ ଆୟୋଜିତ କରାଯାଇଥିଲା । ଏଥିରେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ମାତ୍ର ୫୦ଜଣ ଛାତ୍ରଛାତ୍ରୀମାନେ ବିଧୀ ରକ୍ଷାକରିବା ଉଦ୍ୟେଶ୍ୟରେ ଯୋଗଦାନ କରିଥିବା କହିଥିଲେ । ଆସନ୍ତା ବର୍ଷ ଯଦି କୈାଣସି ପ୍ରାକୃତିକ ବିପର୍ଯ୍ୟୟ ନଆସେ ତେବେ ଏହି ୧୩ତମ ବାର୍ଷିକୋତ୍ସବକୁ ଶରସସୁନ୍ଦର କରାଯିବାକୁ ନିସ୍ପତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମିଲନ ବାରିକ, କମଳ ପ୍ରଧାନ, ସୁଶାନ୍ତ ପ୍ରଧାନ, ମୋନାଲିସା, ସଂନ୍ଧ୍ୟା ଏବଂ ଦିଲିପ ସମେତ ଅନ୍ୟମାନେ ପରିଚାଳନା କରିଥିଲେ ।


