Wednesday, October 14, 2026
Home ଆଞ୍ଚଳିକ ଆଦିବାସୀ ମହାବିଦ୍ୟାଳୟ ତରଫରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ଆଦିବାସୀ ମହାବିଦ୍ୟାଳୟ ତରଫରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

67

ବାଲିଗୁଡା, ୨୮/୯ (ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଆଦିବାସୀ ମହାବିଦ୍ୟାଳୟ ତରଫରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଇଥିଲା I ଏହା ସହ ଇଂରାଜୀ ପାଠଚକ୍ର ଏକ ସଭା କରାଯାଇଥିଲା I ଏହି କାର୍ଯ୍ୟକ୍ରମ ଜୁନିୟର ରେଡ କ୍ରସ ତରଫରୁ ଛାତ୍ର ଓ ଛାତ୍ରୀଙ୍କ ଦ୍ୱାରା ଆୟୋଜନ ହୋଇଥିଲା I ଏଥିରେ ଧନ୍ଧମୁଳକ ଶିକ୍ଷ୍Iପ୍ରଦ ଛାତ୍ର ଓ ଛାତ୍ରୀ ମାନେ ଯୋଗଦେଇ, ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଆଲୋଚନା କରିଥିଲେ I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜର ଅଧକ୍ଷ ଶ୍ରୀ ଶରତ ଚନ୍ଦ୍ର ବେହେରା, ଅଧ୍ୟାପକ ଡ଼.ବିଭୁତି ଭୂଷଣ ଆଚାର୍ଯ୍ୟ, ଏନସିସି ଅଫିସର ହିମାଂଶୁ ଚରଣ ସାହୁ, ଏନସସ ପୋଗ୍ରାମ ଅଫିସର କାର୍ତ୍ତିକ ଚନ୍ଦ୍ର ସି, ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ବିଶ୍ୱନାଥ ପାଣିଗ୍ରାହୀ, ଯୋଗ ଦେଇଥିଲେ I