Saturday, October 10, 2026
Home Uncategorized ଓଡିଶାଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ ବିପିନୀ ବିହାରୀ ପାଠାଗାର

ଓଡିଶାଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ ବିପିନୀ ବିହାରୀ ପାଠାଗାର

12

ଜଟଣୀ,୧୧/୦୧/୨୦୨୧:(ସଞ୍ଜୀବ କୁମାର): ଜଟଣୀ ବିକାଶନଗର ସ୍ଥିତ ଓଡିଶାଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ ବିପିନୀ ବିହାରୀ ପାଠାଗାର ଆନୁକୂଲ୍ୟରେ “ନୂଆବର୍ଷ ଓ ଶୀତର ଆସର’ କବିତାପାଠକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିପିନୀ ବିହାରୀ ପାଠାଗାରର ଅଧ୍ୟକ୍ଷ ବିପିନୀ ବିହାରୀ ମହାନ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ କବି ଓ କୈବତ୍ରୀମାନେ ମହାମାରୀ କରୋନା ସମ୍ପର୍କିତ କବିତାପାଠ କରିଥିଲେ ।

କବିତାର ଶିର୍ଶକ “କରୋନାର ପ୍ରକୋପ ଏବଂ ଆଗାମୀ ବର୍ଷପାଇଁ ସ୍ୱପ୍ନ ଓ ସମ୍ଭାବନା’ ଭିତିକ କବିତା ପଠନକାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରହଲାଦ ସ୍ୱାଇଁ, ପ୍ରମୋଦ କୁମାର ମହାନ୍ତୀ, ସୈାଦାମିନୀ ବେହେରା, ସୁକାନ୍ତୀ ମହାପାତ୍ର, ସୁଦର୍ଶନ ମହାପାତ୍ର, ଜଗଦିଶ ମହାପାତ୍ର,ରବିନ୍ଦ୍ରନାଥ ଖଣ୍ଡୁଆଳ, ଦେବନାଥ ଦାଶ,ଆଦିନାରାୟଣ ଖଣ୍ଡୁଆଳ, ପ୍ରଭାତ କୁମାର ସାହୁ, ଆରତୀ ସେନ ପ୍ରମୁଖ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପିକା ସୈାଦାମିନୀ ବେହେରା । ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ସାଂଗଠନିକ ସଭ୍ୟ ଆଦିନାରାୟଣ ଖଣ୍ଡୁଆଳ ।