Thursday, November 12, 2026
Home ଜିଲ୍ଲା ରାୟଗଡା ଜିଲ୍ଲା ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ସରୋଜ କୁମାର ମିଶ୍ର ଯୋଗ ଦେଲେ

ରାୟଗଡା ଜିଲ୍ଲା ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ସରୋଜ କୁମାର ମିଶ୍ର ଯୋଗ ଦେଲେ

65

ବିଷମକଟକ,(ପ୍ରସନ କୁମାର ପଣ୍ଡା): ରାୟଗଡା ଜିଲ୍ଲାର ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ରୂପେ ୧୯୮୯ ବ୍ୟାଚର ଓଏଏସ୍ ଅଧିକାରୀ ଶ୍ରୀ ସରୋଜ କୁମାର ମିଶ୍ର ଆଜି ସୋମବାର ପୂର୍ବାହ୍ନରେ ୧୯୮୭ ବ୍ୟାଚର ଓଏଏସ୍ ଅଧିକାରୀ ପୂର୍ବତନ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ଯିଏ କି ପୂର୍ବରୁ ତିର୍ତୋଲ ବିଧାନସଭା ଉପନିର୍ବାଚନ ସମୟରେ ଜଗତସିଂହପୁର ଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ । ଶ୍ରୀ ମିଶ୍ର ତା:୦୮/୦୧/୨୦୨୧ରିଖରେ ଜଗତସିଂହପୁର ନୂତନ ଜିଲ୍ଲାପାଳଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ ।

ରାୟଗଡା ପୂର୍ବତନ ଜିଲ୍ଲାପାଳ ଶ୍ରୀ ପ୍ରମୋଦ ବେହେରା ପଦନ୍ନତି ପାଇ ଓଡିଶା ସରକାରଙ୍କ ରାଜଶ୍ୱ ଓ ଆପଦ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ରୂପେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି ଯିଏ କି ରାୟଗଡା ଆସିବା ପୂର୍ବରୁ ଇସ୍ପାତ ଏବଂ ଖଣି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱରେ ଥିଲେ । ଶ୍ରୀ ବେହେରା ଜିଲ୍ଲାପାଳ ଦାୟିତ୍ୱ ହସ୍ତାନ୍ତର କରିବା ପୂର୍ବରୁ ଆଜି ସକାଳୁ ମା ମଝିଘରୀଆଣୀଙ୍କ ଦର୍ଶନ କରିଥିଲେ ।

ଜୁନ ୦୧,୧୯୬୧ ସମ୍ବଲପୁରରେ ଜନ୍ମିତ ଶ୍ରୀ ଜି.ସି.ବେହେରାଙ୍କ ସନ୍ତାନ ବରିଷ୍ଠ ଓଏଏସ ଅଧିକାରୀ ଏକ ଉତ୍ତମ ବ୍ୟକ୍ତତ୍ୱ ତଥା ଉତ୍ତମ ପ୍ରଶାସକ ପୂର୍ବତନ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା କୋଭିଦ ୧୯ ସମୟରେ ଜିଲ୍ଲା ଅଧିକାରୀ ଙ୍କ ସହ ଅତି ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ତୁଲାଇ ଥିଲେ ଯଦ୍ବାରା କି ଓଡିଶା ରାଜ୍ୟରେ କରୋନା ସଙ୍କ୍ରମଣରେ ରାୟଗଡା ଶେଷ ଜିଲ୍ଲା ଥିଲା । ଶ୍ରୀ ବେହେରା ଗତ ବୁଧବାର ବିଦାୟ ସମ୍ବର୍ଦ୍ଧନା ସଭାରେ କହିଥିଲେ ଯେ ଜିଲ୍ଲାର ଜିଲ୍ଲାବାସୀ,ସମସ୍ତ ଅଧିକାରୀଙ୍କ ଠାରୁ ବିଗତ ତିନିବର୍ଷ କାର୍ଯକାଳ ମଧ୍ୟରେ ସ୍ନେହ,ଶ୍ରଦ୍ଧା,ସହଯୋଗ ଯାହାକି ମୋ ଜୀବନ କାଳ ପାଇଁ ରାୟଗଡା ଜିଲ୍ଲା ସ୍ମରଣୀୟ ହୋଇ ରହିବ କହି ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ l

ପ୍ରକାଶ ଥାଉ କି ଯେ ତା:୨୦/୦୭/୧୯୬୪ରିଖରେ ମୟୂରଭଞ୍ଜ ରେ ଜନ୍ମିତ ଶ୍ରୀ ଜଟଶଙ୍କର ମିଶ୍ରଙ୍କ ସନ୍ତାନ ନୂତନ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ରାୟଗଡା ଜିଲ୍ଲା ରେ ଦ୍ଵିତୀୟ ଥର ଲାଗି ଆଜି ଯୋଗଦେଇଛନ୍ତି । ପୂର୍ବରୁ ରାୟଗଡା ଜିଲ୍ଲାପାଳ ଦୂର୍ଗା ପ୍ରସାଦ ଦାସ (ଜିଲ୍ଲାପାଳ କାର୍ୟାଳୟ ରାୟଗଡା ମ୍ୟୁନିସିପାଲଟି ପରିଶର ମଧ୍ୟରେ) ଥିବା ସମୟରେ ଶ୍ରୀ ମିଶ୍ର ଏଷ୍ଟାବ୍ଲିସନ ଓ ଲେଣ୍ଡ ଏକ୍ୱଜିସନ ଅଧିକାରୀ ଭାବେ କାର୍ୟ୍ୟରତ ଥିଲେ।