Wednesday, October 14, 2026
Home ଅପରାଧ ପାରିବାରିକ କଳହରୁ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା,ସ୍ୱାମୀ କୋର୍ଟ ଚାଲାଣ

ପାରିବାରିକ କଳହରୁ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା,ସ୍ୱାମୀ କୋର୍ଟ ଚାଲାଣ

19

ଖୋର୍ଦ୍ଧା,(ସଞ୍ଜୀବ କୁମାର):ଜଟଣୀଥାନା ଅନ୍ତର୍ଗତ ବାଛରାପାଟଣା ଅଂଚଳର ଜଣେ ମହିଳାଙ୍କୁ ଗୁରୁବାର ଅପରାହ୍ନରେ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣାର ଅପରାଧୀକୁ ପୁଲିସ ଆଜି ଗିରଫକରି କୋର୍ଟ ଚାଲାଣ କରିଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି । ଗିରଫ ଅଭିଯୁକ୍ତ ହେଉଛି ବାଛରା ଅଂଚଳର ପ୍ରଦ୍ୟୁମ୍ନ କ଼ୁମାର ବାରିକ (୪୨) ପିଡିତା ଜୟନ୍ତୀଙ୍କ ସ୍ୱାମୀ ବୋଲି ଜଣାପଡିଛି ।

ଏନେଇ ଜଟଣୀଥାନା କେଶନଂ ୧୬/୨୧ରେ ମାମଲା ରୁଜୁହୋଇ ଆଜି କୋର୍ଟ ଚାଲାଣ କରାଯାଇିଛି । ପାରିବାରିକ କଳହର କରୁଣପରିଣତିରେ ଏପରି କାଣ୍ଡଭିଆଇଥିବା ଅଭିଯୁକ୍ତ ପୁଲିସ ନିକଟରେ ସ୍ୱିକାର କରିଛି ବୋଲି ପୁଲିସ ପକ୍ଷରୁ ସୁଚନା ମିଳିଛି |