
ଖୋର୍ଦ୍ଧା,{ସଞ୍ଜୀବ କୁମାର} ଖୋର୍ଦ୍ଧା ରୋଡ଼ ଡିଭିଜନରୁ ପ୍ରଥମ ଷ୍ଟେନଲେସ ଷ୍ଟିଲ୍ କଏଲ ରେକ୍ ସୁକିନ୍ଦା ସାଇଡିଂରୁ ସେଣ୍ଟ୍ରାଲ୍ ରେଲୱେର ମୁମ୍ବାଇ ଡିଭିଜନ ପର୍ଯ୍ୟନ୍ତ ପରିବହନ ହୋଇଛି
ଏହା ବ୍ୟବସାୟ ବିକାଶ ୟୁନିଟ୍ (BDU) ଅଧୀନରେ ଏକ ପଦକ୍ଷେପ |
ଏହି ରେକ୍ ରେ 44 ୱାଗନରେ 2773 ଟନ୍ ର ଉନ୍ନିତ ଷ୍ଟିଲ୍ କୟଲ ପରିବହନ ହୋଇଛ|
ଏହା 1814 କି.ମି. ଦୂରତାକୁ ପରିବହନ କରାଯାଇଛି |
ଖୋର୍ଦ୍ଧା ରୋଡ଼ ଡିଭିଜନ ର ଇତିହାସରେ ପ୍ରଥମ ଥର ପାଇଁ ଜିନ୍ଦଲ ଷ୍ଟେନଲେସ ଲିମିଟେଡ ସାଇଡିଂ (ଜେଏସଏଲଏସ), ସୁକିନ୍ଦା ଠାରୁ ସେଣ୍ଟ୍ରାଲ ରେଲୱର ମୁମ୍ବାଇ ଡିଭିଜନର ପି ଏନ୍ ସି ଏସ୍ ସାଇଡିଂକୁ ଷ୍ଟେନଲେସ ଷ୍ଟିଲ କଏଲର ଗୋଟିଏ ପୂର୍ଣ୍ଣ ରେକ ପରିବହନ କରାଯାଇଛି | ଏହା ଡିଭିଜନର ସୁଦୂର ପ୍ରସାରୀ ଅଗ୍ରଣୀ ନୀତି ଅଧୀନରେ ବ୍ୟବସାୟ ବିକାଶ ୟୁନିଟ୍ ର ଏକ ପଦକ୍ଷେପ ଅଟେ |
44 ଟି ୱାଗନ୍ ଅର୍ଥାତ୍ 2773 ଟନ୍ ଉନ୍ନିତ ଷ୍ଟିଲ୍ କଏଲ ନେଇ ଏହି ରେକ୍ ସୁକିନ୍ଦା/ ଓଡିଶା ଠାରୁ ମହାରାଷ୍ଟ୍ରର ମୁମ୍ବାଇକୁ 1814 କି.ମି.ଦୂରତାକୁ ପରିବହନ କରାଯାଇଥିଲା, ଯାହା ଦ୍ବାରା ରେଳ ପ୍ରଶାସନକୁ 81.6 ଲକ୍ଷ ଟଙ୍କା ଆୟ ମିଳିଛି |
ଜିନ୍ଦଲ ଅଧିକାରୀ ତଥା ଡିଭିଜନର ଅନ୍ୟ ଶାଖା ଅଧିକାରୀଙ୍କ ଉପସ୍ଥିତିରେ ଖୋର୍ଦ୍ଧା ରୋଡ଼ର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଶଶି କାନ୍ତ ସିଂହଙ୍କ ଦ୍ୱାରା ସୁକିନ୍ଦା ସାଇଡିଂରୁ ଏହି ପ୍ରଥମ ରେକ୍ ର ଶୁଭାରମ୍ଭ ହୋଇଥିଲା।
ଏହି ସଫଳତା ପାଇଁ ଶ୍ରୀ ସିଂହ ତାଙ୍କ ଅଧିକାରୀ ଏବଂ କର୍ମଚାରୀଙ୍କ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଏହି ପ୍ରକାରର ଇସ୍ପାତ ପରିବହନ ନିଶ୍ଚିତ ଭାବରେ ଦେଶର ବିଭିନ୍ନ ସ୍ଥାନରେ ଉତ୍ପାଦନ ୟୁନିଟ୍ ର ଆବଶ୍ୟକତା ପୂରଣ କରିବ ଏବଂ ଏହି ମାସରେ ଡିଭିଜନ୍ ଆହୁରି 4 ରୁ 5 ରେକ୍ ଲୋଡ୍ କରିବାକୁ ଯୋଜନା କରୁଛି।
ଖୋର୍ଦ୍ଧା ରୋଡ୍ ଡିଭିଜନର ବ୍ୟବସାୟ ବିକାଶ ୟୁନିଟ୍ (ବିଡିୟୁ) ନିୟମିତ ଭାବରେ ବାଣିଜ୍ୟ ୟୁନିଟ୍ ସହିତ ଯୋଗାଯୋଗ କରୁଛି ଏବଂ ନୂତନ ଟ୍ରାଫିକ୍ ପ୍ରସ୍ତାବଗୁଡ଼ିକର କାର୍ଯ୍ୟକାରିତା ପାଇଁ ଏକ ନୋଡାଲ୍ ପଏଣ୍ଟ ଭାବରେ କାର୍ଯ୍ୟ କରୁଛି | ଏହି ବିଡିୟୁ ପ୍ରୟାସ ଶିଳ୍ପଗୁଡିକରେ ଅଧିକ ବଜାର ପହଞ୍ଚାଇବା ଏବଂ ଦ୍ରବ୍ୟର ଠିକ୍ ସମୟରେ ବିତରଣ ସୁନିଶ୍ଚିତ କରି ଏକ ଦୀର୍ଘ ମିଆଦି ସମ୍ପର୍କ ସ୍ଥାପନ କରିବାରେ ଅଧିକ ସାହାଯ୍ୟ କରିବ |



