Wednesday, October 14, 2026
Home ଜିଲ୍ଲା କନ୍ଧମାଳ କେରଳରେ ଯୁବକଙ୍କ ମୃତ୍ୟୁ ପୁଅର ଶବ ଆଣିବାକୁ ବାଲିଗୁଡା ଉପଜିଲ୍ଲାପାଳଙ୍କ ନିକଟରେ ପରିବାର ପକ୍ଷରୁ ଗୁହାରି

କେରଳରେ ଯୁବକଙ୍କ ମୃତ୍ୟୁ ପୁଅର ଶବ ଆଣିବାକୁ ବାଲିଗୁଡା ଉପଜିଲ୍ଲାପାଳଙ୍କ ନିକଟରେ ପରିବାର ପକ୍ଷରୁ ଗୁହାରି

63

ବାଲିଗୁଡା,{ସୁକାନ୍ତ କୁମାର ତ୍ରିପାଠୀ}:କନ୍ଧମାଳ ବାଲିଗୁଡ଼ା ଅଞ୍ଚଳରୁ କେରଳ ଯାଇଥିବା ଜଣେ ଦାଦନ ଯୁବକଙ୍କ ମୃତ୍ୟୁ ହୋଇଛି। ପୁଅର ଶବ କେରଳରୁ ବାଲିଗୁଡ଼ା ଘରକୁ ଫେରାଇ ଆଣିବାକୁ ପରିବାର ଲୋକ ପ୍ରଶାସନ ପାଖରେ ଗୁହାରି କରିଛନ୍ତି।ବାଲିଗୁଡ଼ା ସୁନାପାଙ୍ଗା ସାହିର ଅନିଲ ବିଷୋୟୀଙ୍କ ପୁଅ ଶ୍ରୀଧର ବିଷୋୟୀ ଙ୍କ ଗତ ତିନିଦିନ ତଳେ କେରଳରେ ମୃତ୍ୟୁ ହୋଇଯାଇଛି। ପୁଅର ମୃତ୍ୟୁ ଖବର ପାଇ ଦୁଃଖରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ତିନିଦିନ ହେବ ପୁଅର ଶବ ଗାଁକୁ ଆସିପାରୁ ନଥିବା ହେତୁ ପରିବାର ଲୋକେ ପ୍ରଶାସନ ପାଖରେ ନିବେଦନ କରିଛନ୍ତି।ପ୍ରକାଶ ଯେ,ଗତ ଦୁଇବର୍ଷ ହେଲା ଶ୍ରୀଧର କେରଳରେ ଏର୍ଣ୍ଣାକୁଲମ ଜିଲ୍ଲା ଜର୍ଜକାର୍ଟୁନ କମ୍ପାନିରେ ଶ୍ରମିକ ଭାବେ କାମ କରୁଥିଲେ। ସେ ଘରର ଏକମାତ୍ର ରୋଜଗାରିଆ ପୁଅ। ବୁଧବାର ସକାଳୁ କେରଳ ପୁଲିସ ଶ୍ରୀଧରଙ୍କ କ୍ଷତବିକ୍ଷତ ଶବ ଉଦ୍ଧାର କରି ବାଲିଗୁଡ଼ା ଥାନାକୁ ଖବର ଦେଇଥିଲେ। ବାଲିଗୁଡ଼ା ପୁଲିସ ଖବର ପାଇବା ପରେ ଶ୍ରୀଧରଙ୍କ ପରିବାର ଲୋକଙ୍କୁ ଏହି ଦୁଃଖଦ ଖବର ଦେଇଥିଲେ। କେହି ଦୁର୍ବୃତ୍ତ ଶ୍ରୀଧରକୁ ହତ୍ୟା କରି ଟ୍ରେନ୍‌ ଲାଇନ୍‌ରେ ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଶ୍ରୀଧରଙ୍କ ବାପା ଅତ୍ୟନ୍ତ ଗରିବ ଓ କେରଳରୁ ଶବ ଆଣିବାକୁ ସମର୍ଥ ନୁହନ୍ତି। ତେଣୁ ସେ ପୁଅର ଶବ ଗାଁକୁ ଆଣିବାକୁ ଉପଜିଲ୍ଲାପାଳଙ୍କୁ ଲିଖତ ଭାବେ ନିବେଦନ କରିଛନ୍ତି।