
ବାଲିଗୁଡା,{ସୁକାନ୍ତ କୁମାର ତ୍ରିପାଠୀ}: କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟସ୍ଥ ସୁରୁବାଲି ଖଡଗନଦୀ ତଟରେ ବାଲିଗୁଡା ବ୍ଲକ ଚିତ୍ରକର ସଂଘର ବାର୍ଷିକ ଅଧିବେଶନ ସହ ନୂତନ କମିଟି ଗଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ଚିତ୍ରକର ସଂଘର ସଭାପତି ପ୍ରମୋଦ ଦଣ୍ଡିଆ ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ସାଧାରଣ ସମ୍ପାଦକ ଜଗତ ପାତ୍ର ଯୁଗ୍ମ ସମ୍ପାଦକ ଗୋବିନ୍ଦ ଭୁକ୍ତା ଓ ମୁଖ୍ୟ ବକ୍ତାଭାବେ ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଯୋଗଦେଇ ସମାଜରେ କଳାକାରଙ୍କ ଭୂମିକା ସମ୍ବଦ୍ଧରେ ଅବଗତ କରିଥିଲେ ଏବଂ କଳାକାର ସଂଗଠିତ ହୋଇ ନିଜର ନ୍ୟାର୍ଯ୍ୟ ଅଧିକାର ପାଇଁ ଲଢେଇ କରିବାକୁ ଆହ୍ୱାନ କରିଥିଲେ l
କୋଣ ଅନୁକୋଣରୁ ବହୁ ଚିତ୍ର ଶିଳ୍ପୀ ଯୋଗଦେଇଥିଲେ l ଜ଼ିଲ୍ଲା ସଭାପତି ପ୍ରମୋଦ ଦଣ୍ଡିଆଙ୍କ ଅଧକ୍ଷତାରେ ବାଲିଗୁଡା ବ୍ଲକ ଚିତ୍ରକର ସଂଘ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା l ସର୍ବ ସମ୍ମତିକ୍ରମେ ସଭାପତି ଭାବେ ମିଥୁନ ପ୍ରଧାନୀ ଉପ ସଭାପତି ଭାବେ ପ୍ରକାଶ ସାହାଣୀ ସମ୍ପାଦକ ଭାବେ ଦୁର୍ଗା ଚରଣ ସାହାଣୀ ସହ ସମ୍ପାଦକ ଭାବେ ସାଗର କହଁର ଓ କୋଷାଧକ୍ଷ ଭାବେ ଅଶ୍ୱିନୀ ବିଶୋଇଙ୍କୁ ଚୟନ କରାଯାଇଥିଲା l



