
ଖଜୁରୀପଡ଼ା, ୨୮/୯(ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ସଭାଗୃହ ଠାରେ ଏହି ସଭ୍ୟ ସଂଗ୍ରହ ବୈଠକ ଅନୁଷ୍ଟିତ ହେଇଯାଇଛି। ଓଡ଼ିଶାର ଆଦର୍ଶ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ବୈଠକ ଖଜୁରୀପଡ଼ା ବ୍ଲକ୍ ଅଧ୍ୟକ୍ଷ ବିରେନ୍ଦ୍ର କୁମାର କଂହର ତାଙ୍କ ଅଧୀନରେ ଥିବା ସମସ୍ତ ପଞ୍ଚାୟତ ର ସରପଞ୍ଚ, ନାଏବ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ( ଜିଲ୍ଲାପରିଷଦ, ଜୁଲିଲତା ଲେଙ୍କା, ଅନୁରାଧା ସାହୁ ) ଜିଲ୍ଲା ଏକ୍ଜୁଟିଭ ମେମ୍ବର୍ କମଳ ବେହେରା, ପ୍ରେସିଡେଣ୍ଟ ସୁଧୀର ବେହେରା ଏବଂ ବ୍ଲକ୍ ସଭାପତି ଓ ସାଂସଦ ପ୍ରତିନିଧି ପଙ୍କଜ ମଲ୍ଲିକ ଏବଂ ସମସ୍ତ ୱାର୍ଡ଼ମେମ୍ବର୍ ଓ ଆଦିବାସୀ ଓ ହରିଜନ ସେଲର କୋଷାଧକ୍ଷ କାର୍ତ୍ତିକ ସାହାଣୀ ଯୋଗଦେଇ ଏହି ବୈଠକଟି ଅତି ସୁନ୍ଦର ଭାବେ ପରିଚାଳିତ କରିଥିଲେ । ଖୁଜୁରୀପଡ଼ା ବ୍ଲକରେ ସମସ୍ତ ୭୨୪ ଟି ମେମ୍ବର୍ ରଖାଯିବ ବଲି ନିଷ୍ପତ୍ତି ନେଇଁ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟକ୍ରମକୁ ଅତି ସୁରୁଖୁରୁରେ କରିଥିଲେ ।




