
ବ୍ରହ୍ମପୁର ୦୯/୦୧/୨୦୨୧ (ପ୍ରଫୁଲ୍ଲ ସାବତ): ବିଜେପି ରାଜ୍ୟ ପ୍ରଭାରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡି . ପୁରନ୍ଦେଶ୍ଵରୀ ଏକଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଆଜି ବ୍ରହ୍ମପୁରରେ ପହଞ୍ଚିଥିଲେ । ଷ୍ଟେସନ ରୋଡ ସ୍ଥିତ ସର୍କିଟ୍ ହାଉସ୍ ରେ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ସେ ଜିଲ୍ଲା ତଥା ମଣ୍ଡଳସ୍ତରୀୟ ସମସ୍ତ କାର୍ଯ୍ୟକର୍ତା ଓ ନେତାଙ୍କୁ ନେଇ ଆଲୋଚନା କରିବା ସହ ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ ।
ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ସାମିଲ କରାଯାଇନାହିଁ । ଏହା ସହ ଓଡିଶାରେ ଦାଦନ ଶ୍ରମିକ ବଢ଼ିବାରେ ଚାଲିଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀରୁ ହିଁ ଅଧିକରୁ ଅଧିକ ଦାଦନ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରୁଛନ୍ତି । ଏହାସହ ଶ୍ରମିକଙ୍କ ଲାଗି କୌଣସି ସରକାରୀ ସୁବିଧା ନଥିବା ମଧ୍ୟ କହି ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ।

bjp
କେନ୍ଦ୍ରସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ହାଇଜାକ୍ କରି ରାଜ୍ୟ ବାସୀଙ୍କୁ ଭୁଆଁ ବୁଲାଉଥିବା ସେ ସ୍ୱମ୍ବାଦିକ ସମ୍ମିଳନୀରେ କହିଛନ୍ତି । କୋଭିଡ୍ ସମୟରେ କେନ୍ଦ୍ର ଅନୁଦାନ କୁ ରାଜ୍ୟ ସରକାର ସଠିକ୍ ଭାବେ ବିନିଯୋଗ କରିନାହାନ୍ତି । ଏହାକୁ ଲୋକଙ୍କ ଦୃଷ୍ଟିକୁ ଆଣାଜୀବ । ଆବଶ୍ୟକସ୍ଥଳେ ସରକାରଙ୍କ ବିରୋଧରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ପୁରନ୍ଦେଶ୍ଵରୀ ଚେତାବନୀ ଦେଇଥିଲେ । ଏହି ଅବସରରେ ସେ କାର୍ଯ୍ୟକର୍ତ୍ତାଙ୍କୁ ଦଳୀୟ ସଂଗଠନକୁ ସୁଦୃଢ଼ କରି ବିଜୟୀ ହେବାର ମନ୍ତ୍ର ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଲ୍ୟାଣକାରୀ ଯୋଜନାକୁ ଲୋକଲୋଚନକୁ ଆଣିବାକୁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ କରିଥିଲେ । ରାଜ୍ୟ ସରକାରଙ୍କ ବିରୋଧରେ ମଧ୍ୟ ବିଶୋଦ୍ଗାର କରିଥିଲେ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ପ୍ରଶ୍ନ କରିଥିଲେ ।
ପରେ ସ୍ଥାନୀୟ ଷ୍ଟେସନ ରୋଡ ସ୍ଥିତ ବିଜେପି ନୂତନ କାର୍ଯ୍ୟାଳୟ ଉଦଘାଟନ କରିଥିଲେ ।ଆୟୋଜିତ ସମ୍ମିଳନୀ କାଯ୍ୟକ୍ରମ କୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ସଂଯୋଜନା କରିଥିବା ବେଳେ ଆଜିର ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତରାୟ, ଜିଲ୍ଲା ସଭାପତି ବିଭୁତି ଜେନା , ରାଜ୍ୟ ଉପସଭାପତି ଭୂଗୁ ଭାକ୍ସି ପାତ୍ର ,ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ , ପ୍ରଦେଶ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର, ମୋନରଞ୍ଜନ ଦ୍ୟାନ ସାମନ୍ତରାୟ ,କାଂହୁ ଚରଣ ପତି , ଦିଗପହଣ୍ଡି, ଚିକିଟି ବ୍ରହ୍ମପୁର ଓ ନିର୍ବାଚନ ମଣ୍ଡଳୀର ସମସ୍ତ ବିଧାୟକ ପ୍ରାର୍ଥୀ ଉପସ୍ଥିତ ଥିଲେ |








