Wednesday, November 11, 2026
Home ଜିଲ୍ଲା ଖୋର୍ଦ୍ଧା ମୂଖ୍ୟରାସ୍ତା ଭାଷୁଛି ଆପାର୍ଟମେଂଟର ନର୍ଦ୍ଦମାଜଳରେ ୱାର୍ଡବାସୀଙ୍କ ବିକ୍ଷୋଭ

ମୂଖ୍ୟରାସ୍ତା ଭାଷୁଛି ଆପାର୍ଟମେଂଟର ନର୍ଦ୍ଦମାଜଳରେ ୱାର୍ଡବାସୀଙ୍କ ବିକ୍ଷୋଭ

153

ଜଟଣୀ,୦୯/୦୧/୨୦୨୧(ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର): ଜଟଣୀ ପୈାରପରିଷଦ ଅଧିନସ୍ଥ ୱାର୍ଡ ନଂ ୮ ଶ୍ରୀହରି ବିହାରଠାରେ ରୁକ୍ମିଣୀ ହାଇଟ୍ସ ନାମକ ଏକ ଆପାର୍ଟମେଂଟ ୨୦୧୨ ମସିହାରେ ନିର୍ମାଣ କାର୍ଯ୍ୟାରମ୍ଭ ହୋଇଥିଲା । ନିର୍ମାଣ ସମୟରେ ଏହାର ପାରିପାଶ୍ୱିର୍କ ସ୍ଥିତିରୁ ଏହା ଆପାର୍ଟମେଂଟପାଇଁ ଉପଯୋଗୀ ସ୍ଥାନ ନୁହେଁ ବୋଲି ତତକାଳିନ କାଉନସିଲର ଏବଂ ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ ଆଣିଥିଲେ । ମାତ୍ର ଅଭିଯୋଗ ସତ୍ୱେ ଜଟଣୀ ପୈାରପରିଷଦର ତତକାଳୀନ ଆଡମିନିଷ୍ଟେଟିଭ ଅଫିସର ଏହି ଆପାର୍ଟମେଂଟ ନିର୍ମାଣଲାଗି ସ୍ୱିକୃତି ପ୍ରଦାନ କରିଥିଲେ ।

ତେଣୁ ଆପାର୍ଟମେଂଟ ମାଲିକ କୈାଶଳକ୍ରମେ ଆବଶ୍ୟକ ଅନୁମତି ଆଣି ଏଠାରେ ଆପାର୍ଟମେଂଟର କାର୍ଯ୍ୟସାରିଦେଇଥିଲେ । ମାତ୍ର ଏହି ଆପାର୍ଟମେଂଟର ଜଳନିଷ୍କାସନ ପାଇଁ କେଉଁପରି ବ୍ୟବସ୍ଥା ରହିଛି ବୋଲି ସେହି ସମୟରେ ସ୍ଥାନୀୟ ବାସିନ୍ଦାମାନେ ପ୍ରତିବାଦ ସ୍ୱରୁପ ତିକ୍ତତା କରିଥିଲା ବେଳେ ଉତରରେ ,ଭୂତଳ ଜଳନିଷ୍କାସନର ବ୍ୟବସ୍ଥା କରାଯାଇଛି ବୋଲି ମାଲିକ କହି ନିର୍ମାଣଘରଗୁଡିକୁ ବିକ୍ରୀ କରିଦେଇଥିଲେ । ଘରକିଣିବାପରେ ଲୋକମାନେ ୨୦୧୫ ମସିହା ସୁଧା ସମସ୍ତେ ଏଠାରେ ରହିବାକୁ ଲାଗିଲେ । ହେଲେ ନର୍ଦ୍ଦମାଜଳ ନିଷ୍କାସିତ ହେବାର କୈାଣସି ବାଟ ରହିନଥିଲା ।

ଫଳରେ ଶ୍ରୀହରି ବିହାରର ଏହି ମୂଖ୍ୟରାସ୍ତାରେ ସେହି ଦିନଠାରୁ ନର୍ଦ୍ଦମାଜଳ ନିଷ୍କାସିତ ହୋଇ ପରିମଳ ବ୍ୟବସ୍ଥା ବିଗିଡିବାରେ ଲାଗିଲା । ବାଧ୍ୟହୋଇ ଆପାର୍ଟମେଂଟ ଅନ୍ତେବାସୀ ମୂଖ୍ୟଫାଟକ ନିକଟରେ ଏକ କୃତ୍ରୀମ ହ୍ରଦ ନିର୍ମାଣକରି ସେଥିରେ ନିଷ୍କାସିତ ନର୍ଦ୍ଦମାଜଳକୁ ଅଟକ ରଖିଛନ୍ତି । ଫଳରେ ଏହି ଅଂଚଳ ଅସନାହୋଇ ମଶା,ମାଛିଙ୍କ ପାଦୃଭାବ ଅସମ୍ଭାଳ ହେଲାଣି । ମନ୍ଦିରକମିଟିକୁ ମଧ୍ୟ ଅବଗତ କରିଲେ । ହେଲେ ଯଥା ପୁବଂ ତଥା ପରଂ ନ୍ୟାୟରେ ଏହି ଅବ୍ୟବସ୍ଥା ଲାଗିରହି କାଳକ୍ରମେ ଘଟଣାଟି ଉଗ୍ରରୂପ ଧାରଣ କରିଥିଲା । ଏନେଇ ୨୦୧୮ ମସିହାରେ ଏହି ଘଟଣା ନ୍ୟାୟାଳୟ ପର୍ଯ୍ୟନ୍ତଯାଇ ବିଚାରଧୀନ ହୋଇ ରହିଛି । ଉକ୍ତ ଅଂଚଳଟି ପୈାରପରିଷଦ ଅଧିନରେ ରହିଥିବାରୁ ପୈାରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା ବେଳେ ଅଧିକାରୀ ମହାଶୟ ଥାନାର ଦ୍ୱାରସ୍ଥ ହେବାଲାଗି ୱାର୍ଡବାସୀଙ୍କୁ ପ୍ରବର୍ତାଇଥିଲେ । ହେଲେ ଥାନାର ଦ୍ୱାରସ୍ଥ ହୋଇ ନିରାଶ ହେବାକୁ ପଡିଥିଲା ବୋଲି ୱାର୍ଡବାସୀ ପ୍ରତିଉତରରେ କହିଥିଲେ ।

ଦିର୍ଘ ୮ବର୍ଷର ଏହି ମହାମାରୀ ସମସ୍ୟାର କୈାଣସି ସମାଧାନ ନ ହେବାରୁ ଶନିବାର ଉକ୍ତ ୱାର୍ଡବାସୀନ୍ଦାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯଦି ଏହାର କୈାଣସି ସ୍ଥାୟୀ ପ୍ରତିକାର କରାନଯାଏ ତେବେ ଆଗାମୀ ଦିନରେ ୱାର୍ଡବାସୀନ୍ଦାମାନେ ପୈାରକାର୍ଯ୍ୟାଳୟ ଏବଂ ମୂଖ୍ୟରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ।