Home ଜିଲ୍ଲା ସୁନ୍ଦରଗଡ଼ କ୍ରୀଡ଼ା ସଂସଦ ର ବିଶେଷ କାର୍ଯ୍ୟକାରିଣୀ ବୈଠକ

ସୁନ୍ଦରଗଡ଼ କ୍ରୀଡ଼ା ସଂସଦ ର ବିଶେଷ କାର୍ଯ୍ୟକାରିଣୀ ବୈଠକ

45


ସୁନ୍ଦରଗଡ଼,୦୯/୦୧/୨୦୨୧{ବିଶ୍ବରଂଜନ ହୋତା}: ଆଜି ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ ପରିସରରେ ଏହି ବର୍ଷ ଆୟୋଜିତ ହେବାକୁ ଥିବା ୬୧ ତମ ଆନ୍ତଃ ଜିଲ୍ଲା ସାହାଣୀ କପ୍ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଏକ ବିଶେଷ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା।

ବରିଷ୍ଠ ଉପସଭାପତି କାର୍ତ୍ତିକ ବାରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆୟୋଜନ କିପରି ସୁରୁଖୁରୁରେ ଏବଂ ସୁନିୟୋଜିତ ଭାବରେ ସମ୍ପନ୍ନ ହେବ ତାହା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରକାଶ ଯୋଗ୍ୟ ଯେ ଏହି ସମ୍ମାନଜନକ ସାହାଣୀ କପ୍ ଆସନ୍ତା ଫେବୃଆରୀ ୭ ତାରିଖ ରୁ ଆରମ୍ଭ ହେବାର ସୂଚନା ଫାଓ ତରଫରୁ ପ୍ରାପ୍ତ ହୋଇଛି।

ଏହି ପ୍ରତିଯୋଗିତାରେ ୩୦ ଦଳ ଅଂଶଗ୍ରହଣ କରିବେ। ପ୍ରାପ୍ତ ସୂଚନା ଅନୁଯାୟୀ ଜିଲ୍ଲାର ୪ଟି ଖେଳ ପଡିଆ ଯଥା ତସଲାଡିହି , କିଞ୍ଜିର୍ମା , ସେବତିବହାଲ ଓ ସ୍ପୋର୍ଟସ ହଷ୍ଟେଲର ଖେଳ ପଡ଼ିଆରେ ଏହି ପ୍ରତିଯୋଗିତା ଆୟୋଜିତ ହେବ । ଗତ ବର୍ଷ ଏହି ପ୍ରତିଯୋଗିତାରେ ସୁନ୍ଦରଗଡ଼ ଚାମ୍ପିଅନ ହୋଇଥିବା ବେଳେ ରାଉରକେଲା ଉପବିଜେତା ହୋଇଥିଲା।

ଏହି ପରିପ୍ରେକ୍ଷୀରେ ଏହି ବର୍ଷ ଜିଲ୍ଲା ପାଇଁ ଏକ ସୁଦୃଢ ଦଳ ଗଠନ କରିବାକୁ ସମସ୍ତ ସଦସ୍ୟ ମତ ପ୍ରକାଶ କରିଥିଲେ। ଏଥି ପାଇଁ ଜିଲ୍ଲା କ୍ରୀଡ଼ା ସଂସଦ ର ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ ବରିଷ୍ଠ ଫୁଟବଲ୍ ଖେଳାଳୀ ମାନଙ୍କ ସହଯୋଗ କାମନା କରିଥିଲେ। ଏହି ଅବସରରେ ଜିଲ୍ଲାର କ୍ରିକେଟ୍ ଖେଳାଳୀ ଗୋବିନ୍ଦ ପୋଦ୍ଦାର ଓ ୱାଲ୍ଟାର ଟପ୍ପୋ ସୟଦ୍ ମୁସ୍ତାକ ଅଲ୍ଲୀ ଟି -୨୦ ପ୍ରତିଯୋଗିତା ପାଇଁ ରାଜ୍ୟ ଦଳରେ ଚୟନ ହୋଇଥିବାରୁ ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟ ଅଭିନନ୍ଦନ ଜଣାଇଥିଲେ ଓ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଆଶା କରି ଶୁଭକାମନା କରିଥିଲେ।

ଜିଲ୍ଲା କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ ଙ୍କ ସୂଚନା ଅନୁଯାୟୀ ଏହି ପ୍ରତିଯୋଗିତା ର ସୁଚାରୁ ସମ୍ପାଦନ ପାଇଁ ବିଭିନ୍ନ କମିଟି ଗଠନ କରାଯିବ ଓ ୪ ଖେଳ ପଡିଆ ପାଇଁ ୮ ଜଣ ସଂଯୋଜକ ମନୋନୀତ କରାଯିବ । ଖେଳର ପ୍ରଚାର ଓ ପ୍ରସାର ପାଇଁ ଜିଲ୍ଲା କ୍ରୀଡ଼ା ସଂସଦ ଉଦୀୟମାନ ଖେଳାଳିଙ୍କ ଚୟନ କରି ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାକୁ ସ୍ଥିର କରିଛି ବୋଲି ସମ୍ପାଦକ ଭୋଳ ସୂଚନା ଦେଇଛନ୍ତି ।

ଅଖିଳ ଭାରତୀୟ ଫୁଟବଲ୍ ସଂଘର ଡିପ୍ଲୋମା କୋଚିଙ୍ଗ ଆସନ୍ତା ୧୧ ତାରିଖ ରୁ ଜିଲ୍ଲାରେ ଆରମ୍ଭ ହେବ ବୋଲି ମଧ୍ୟ ଶ୍ରୀ ଭୋଳ ସୂଚନା ଦେଇଛନ୍ତି। ଏହି ବୈଠକରେ ସଂସଦର ସହସଂପାଦକ ଜୟଦେବ ପାତ୍ର, କୋଷାଧ୍ୟକ୍ଷ ଦୁର୍ଗା ମାଧବ ନାଏକ,ଉପସଭାପତି ଚିତ୍ତରଂଜନ ବହିଦାର,ପୌଷ ଚନ୍ଦ୍ର ପଟେଲ୍, ଫାଓ ଉପସଭାପତି ରାଜେନ୍ଦ୍ର ମହାନ୍ତି,ସଦସ୍ୟ ଅଶ୍ଵିନୀ ଭୋଳ,

ବୀରମିତ୍ର କାଲୋ,ବିମଳ ବୋଷ,ଅଶୋକ ବରାଇ,ଶିଶିର ପଟେଲ୍, ଆଶିଷ ଦେ,ସୁରଜ୍ ଭାଇସାଲ,ପ୍ରଶାନ୍ତ ପଟେଲ୍,ଅନିଲ ବହିଦାର,ରବୀନ୍ଦ୍ର ରଣା,ପ୍ରସାଦ ନାଏକ,ରୋମାଞ୍ଚ ଭାଇଶାଲ ଓ ଅଜୟ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ। ସଦସ୍ୟ ବିଶ୍ବରଂଜନ ହୋତା ସମସ୍ତ ଉପସ୍ଥିତ ସଦସ୍ୟଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।