
କୁକୁଡାଖଣ୍ଡି,(ଇ.ରଞ୍ଜନ): ବୁଧବାର ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ଇନ୍ଦିରା ଆବାସ ନିକଟରେ ଏକ ଚାଷ ଜମିରେ ଝଟା ଖାଇବାକୁ ଯାଇ ବାରୁଦ ଖାଇ ଗର୍ଭବତୀ ଗାଇ ମୃତ୍ୟୁ ଘଟଣାରେ ଦୁଇଜଣ ସଦରଥାନା ରେ ଆତ୍ମସମପଣ କରିଛନ୍ତି।ଜଣେ ବି.ଗୋବିନ୍ଦ ଅନ୍ୟ ଜଣେ ମିଥୁନଦାସ ଏ ଦୁଏଁ କୁ ବ୍ରହ୍ମପୁର କୋର୍ଟ ଚାଲାଣ କରଥିବା ନେଇ ଥାନାଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି।
ଗତ କିଛି ଦିନଧରି ଇନ୍ଦିରାବାସ ର ରେବତୀ ଦାସ ନାମକ ଏକ ଚାଷୀ ଝଟା ଚାଷ କରିଥିଲେ। ତାହା ବାରିଆ ଖାଇଦେବା ଭୟରେ ବାରୁଦ ଖଞ୍ଜାଯାଇଥିଲେ, ବାରିଆ ଆକ୍ରମଣ ରୁ ରକ୍ଷା ପାଇବା ପାଇଁ ରଖିଥିବା ଫାଶରେ ବାରୁଦ ତାର ଝୁଲି ରହିଥିଲା ।
ସେହି ସ୍ଥାନକୁ ଗ୍ରାମର ପଞ୍ଚାନନ ଦଳାଇ ଙ୍କ ଗର୍ଭବତୀ ଗାଇ ବୁଧବାର ସନ୍ଧ୍ୟାରେ ଝଟା ଖାଇବା ପାଇଁ ଯାଇଥିବା ବେଳେ ସେଠାରେ ଥିବା ବାରୁଦଟିକୁ ଚୋବେଇ ଦେଇଥିଲା।ଫଳରେ ଗାଇର ପାଟିରେ ବିସ୍ପରଣ ହେବା ଫଳରେ ଗାଇ ପାଟିରୁ ରକ୍ତସ୍ରାବ ବାହାରି ମୃତ୍ୟୁବରଣ କରିଥିଲା।




