Home ଜିଲ୍ଲା ଅବ୍ୟବସ୍ଥା ଘେରରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା

ଅବ୍ୟବସ୍ଥା ଘେରରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା

45

ସୁନ୍ଦରଗଡ଼,୮/୧/୨୧{ବିଶ୍ବରଂଜନ ହୋତା}: ଦିନକୁ ଦିନ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଘୋର ଅବ୍ୟବସ୍ଥା ଘେରରେ ଛନ୍ଦି ହୋଇ ଚାଲିଛି। ପ୍ରାୟ ପ୍ରତିଦିନ କିଛି ନା କିଛି ସମସ୍ୟା ଏହାକୁ ଗ୍ରାସ କରୁଛି। କେବେ ଡାକ୍ତରଖାନାର ପ୍ରଶାସନିକ ଅସୁବିଧା ତ କେବେ ଭିତ୍ତିଭୂମୀ ସଂକ୍ରାନ୍ତୀୟ ଅସୁବିଧା ବା କର୍ମଚାରୀ ଜନିତ ସମସ୍ୟା ବା ସୁବିଧା ପ୍ରଦାନ କରିବାରେ ସମସ୍ୟା ସୁନ୍ଦରଗଡ଼ ବାସୀଙ୍କୁ ହରଡ଼ଘଣାରେ ପକାଉଛି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଉଥିବା ଅନେକ ସମସ୍ୟାକୁ ନେଇ ସ୍ଵେଚ୍ଛାସବୀ ସୁରୁ ମିଶ୍ର ବହୁ ସମୟରେ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ଏବଂ ଧାରଣାରେ ମଧ୍ୟ ବସିଛନ୍ତି। ମାତ୍ର କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶୃତି ମଧ୍ୟରୁ କିଛି ପୂରଣ କରି ପୁଣି ଭୁଲି ଯାଉଥିବାରୁ ସେହି ସମସ୍ୟା ପୁଣି ବଢ଼ି ଚାଲିଛି।
ଏବେ ପୂର୍ଣ୍ଣ ଦିବାଲୋକରେ ଚିକିତ୍ସାଳୟ ପରିସରରେ ନୀରବ ବଳୟରେ ନିର୍ମାଣ ଠିକା କାମ ବାହ୍ୟ ରୋଗୀ ବିଭାଗ ଚାଲିଛି ଯାହାକି ରୋଗୀଙ୍କୁ ଅସୁବିଧା ସୃଷ୍ଟି କରୁଛି।ଏପରିକି ଆମ୍ବୁଲାନ୍ସ ଯିବା ଆସିବାରେ ମଧ୍ୟ ଘୋର ଅସୁବିଧା ସୃଷ୍ଟି ହେଉଛି।

ଅଲଟ୍ରା ସାଉଣ୍ଡ ମେସିନ୍ ମଧ୍ୟ ଅକାମୀ ହୋଇ ପଡ଼ିଛି କାରଣ ସୋନୋଗ୍ରାଫର୍ ନାହାନ୍ତି। ଏହି ପରିପ୍ରେକ୍ଷୀରେ ସ୍ଵେଚ୍ଛାସବୀ ସୂରୁ ମିଶ୍ର ବାହ୍ୟ ରୋଗୀ ବିଭାଗରେ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ସ୍ବାସ୍ଥ୍ୟ ସଚିବଙ୍କୁ ଏକ ଜ୍ଞାପନ ପଠେଇଛନ୍ତି। ବହୁ ଦିନରୁ ବିକିରଣ ବିଶେଷଜ୍ଞ ଓ ନିଶ୍ଚେତକ ବିଶେଷଜ୍ଞ ମୁଖ୍ୟ ଚିକିତ୍ସାଳୟରେ ନ ଥିବାରୁ ରୋଗୀ ହନ୍ତସନ୍ତ ହେଉଛନ୍ତି ବୋଲି ସୁରୁ ମିଶ୍ର ତାଙ୍କର ଉଦବିଗ୍ନ ପ୍ରକାଶ କରିବା ସହିତ ଏହାର ତୁରନ୍ତ ସମାଧାନ ପାଇଁ ମୁଖ୍ୟ ଚିକିତ୍ସାଅଧିକାରୀଙ୍କ ଠାରେ ଦାବି କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଜୈନେକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ଅନ୍ୟ ଏକ ବିକଟ ସମସ୍ୟା ଦୃଷ୍ଟି ଗୋଚର ହୋଇଛି। ଏତେ ବଡ଼ ଏକ ଚିକିତ୍ସାଳୟ ପାଇଁ ଅଧିକ ସଂଖ୍ୟାରେ ଉତ୍ସର୍ଗୀୃତ ଗଭୀର ଜଳକୁପର ଆବଶ୍ୟକତା ଅନୁଭବ କରାଯାଉଅଛି। ଏଣୁ ସ୍ବେଚ୍ଛାସେବୀ ଶ୍ରୀ ମିଶ୍ର ଏହି ସମସ୍ୟା ଗୁଡ଼ିକର ସମାଧାନ ଉପରେ ଧ୍ୟାନ ଦେବା ପାଇଁ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି।