Sunday, November 15, 2026
Home ଜିଲ୍ଲା ଖୋର୍ଦ୍ଧା ଖୋଲିଲା ଉଚ୍ଚ ଓ ମାଧ୍ୟମିକ ବିଦ୍ୟାଳୟ କୋଭିଡ କଟକଣା ମଧ୍ୟରେ

ଖୋଲିଲା ଉଚ୍ଚ ଓ ମାଧ୍ୟମିକ ବିଦ୍ୟାଳୟ କୋଭିଡ କଟକଣା ମଧ୍ୟରେ

132

ଜଟଣୀ,୦୮/୦୧/୨୦୨୧(ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର): ଜଟଣୀ ବ୍ଲକ ଅଧିନସ୍ଥ ସରକାରୀ ଓ ବେସରକାରୀଭାବେ ୨୨ଟି ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଏବଂ ୧୦ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟରଦ୍ୱାଦଶ ଶ୍ରେଣୀଗୁଡିକ ସରକାରୀ ଗାଇଡଲାଇନ ଅନୁସାରେ ଖୋଲାଯାଇଛି ।

ଆଜି ପୁର୍ବାହ୍ନ ୧୦ରୁ ସାଢେ ୧୦ଘଂଟା ସମୟ ମଧ୍ୟରେ ଉକ୍ତ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକ ଖୋଲାଯାଇଥିଲା । ଉକ୍ତ ଶିକ୍ଷାନୁଷ୍ଠାନଗୁଡିକ ଖୋଲିବାପରେ ଆଜି ପ୍ରଥମ ଦିନରେ୨୨ଟି ଉଚ୍ଚବିଦ୍ୟାଳୟର ୧୫୧୭ଜଣଙ୍କ ମଧ୍ୟରୁ ୭୯୯ ଜଣ ବିଦ୍ୟାର୍ଥୀ ଯୋଗଦାନ କରିଥିଲା ବେଳେ ଉଚ୍ଚମାଧ୍ୟମିକ ସ୍ତରରେ ୩୯୩ରୁ ୨୭୫ଜଣ ବିଦ୍ୟାର୍ଥୀ ଯୋଗଦେଇଥିଲେ ।

ଗଣଶିକ୍ଷାବିଭାଗ ପକ୍ଷରୁ କରାଯାଇଥିବା ନିର୍ଦ୍ଧେଶନାମାନୁସାରେ ଖୋଲିବାକୁଥିବା ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ପୁର୍ବରୁ ବିଶୋଧନ କରିବାପରେ ବିଦ୍ୟାର୍ଥୀମାନଙ୍କୁ ବିଦ୍ୟାଳୟ ପରିସରକୁ ପ୍ରବେଶ କରିବେ । ଏହା ସହିତ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିବାପୁର୍ବରୁ ଅବିଭାବକମାନଙ୍କ ପ୍ରତିଶୃତି ନିହାତି ଆବଶ୍ୟକ ରହିଛି । ତେବେ ଏହି ନିର୍ଦ୍ଧେଶ କେତେକାଂଶରେ ଅବହେଳିତ ହୋଇଥିବା ଅବିଭାବକମାନେ ଅଭିଯୋଗ ଆଣିଛନ୍ତି । କେତେକ ଉଚ୍ଚପ୍ରାଥମିକ ଏବଂ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଶୁକ୍ରବାର ବିଦ୍ୟାଳୟ ଖୋଲିବା ସମୟରେ ବିଶୋଧନ କରାଯାଇଥିଲା ।

ତେଣୁ ପାଠପଢା ଆସବାବପତ୍ରଗୁଡିକ ପାଠପଢିବା ସମୟରେ ସାନିଟାଇଜର ଦ୍ୱାରା ଓଦାହୋଇଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ ଆଣିଥିଲେ । ଏହା ସହିତ ପାନୀୟଜଳଲାଗି ରହିଥିବା ପାଣିଟାଙ୍କିକୁ ସଫା କରାଯାଇନଥିବା ବେଳେ କେତେକ ବିଦ୍ୟାଳୟରେ ଶୈାଚାଳୟଗୁଡିକର ଯୁଦ୍ଧକାଳିନ ମଧ୍ୟରେ ପୁନରୁଧାର କରାଯାଇପାରି ନାହିଁ ବୋଲି କୁହାଯାଇଛି ।

ପକୃତପକ୍ଷେ ଏହାର ବିଧୀବଦ୍ଧଭାବେ ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ କରିବାଲାଗି ପୁର୍ବରୁ ନିର୍ଦ୍ଧେଶନାମା ଜାରି କରାଯାଇଥିଲା । ଅନ୍ୟପକ୍ଷରେ ଯେଉଁ ଛାତ୍ରଛାତ୍ରୀମାନେ ଆଜି ବିଦ୍ୟାଳୟକୁ ଆସିଥିଲେ ସେହିମାନଙ୍କ ହାତରେ ଅବିଭାବକମାନଙ୍କର ସହମତି ଫର୍ମ ପ୍ରଦାନ କରାଯାିଇଥିଲା । ଯେଉଁମାନେ ଆଜି ଆସିନାହାନ୍ତି ସେମାନେ ଫର୍ମପାଇ ପାରିନାହାନ୍ତି ।

ଏହା ବ୍ୟତିତ କେତେକ ଛାତ୍ରଛାତ୍ରୀମାନେ ମାସ୍କ ପରିଧାନ କରିନଥିବାରୁ ସେମାନେ ପୁନଃ ଘରକୁଯାଇ ମାସ୍କଧରି ଆସି ବିଦ୍ୟାଳୟକୁ ପ୍ରବେଶ କରିଥିଲେ । ଏହିପରି କେତେକ ସମସ୍ୟା ଛାତ୍ରଛାତ୍ରୀମାନଙ୍କର ହୋଇଥିବା ଦେଖିବାକୁ ମିଳିଥିଲା ।

ତେବେ ଆଜି ବିଦ୍ୟାଳୟ ଖୋଲିବାର ପ୍ରଥମ ଦିବସରେ ସ୍ୱଳ୍ପ ସଂଖ୍ୟକ ବିଦ୍ୟାର୍ଥୀ ଆସିଥିବାରୁ ସାମାଜିକ ଦୁରତା ଉପରେ କୈାଣସି ସମସ୍ୟା ସୃଷ୍ଟି ହୋଇନଥିଲା ଏବଂ କୋଭିଡ ଲକ୍ଷଣଥିବା ଛାତ୍ରଛାତ୍ରୀ କେହିନଥିବା ବ୍ଲକ ଶିକ୍ଷାଧୀକାରୀଙ୍କ ପକ୍ଷରୁ ସୁଚନା ମିଳିଛି । ବିଦ୍ୟାଳୟକୁ ଆସିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କର ଥର୍ମାଲ ଟେଷ୍ଟ କରାଯିବା ସହିତ ସାନିଟାଇଜର ପ୍ରଦାନ କରାଯାଇଥିଲା