
ବାଲିଗୁଡା,{ସୁକାନ୍ତ କୁମାର ତ୍ରିପାଠୀ}: କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଳକରେ ଶୁକ୍ରବାର ରାତିରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଏହାକୁ ନେଇ ସମଗ୍ର ଜିଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଆଜି ପୁଣିଥରେ ମୃଦୁ ଭୂମିକମ୍ପ ହୋଇଛି। ଦାରିଙ୍ଗବାଡ଼ି ବ୍ଲକ ଅଂଚଳରେ ଶୁକ୍ରବାର ରାତି ୯ଟା୪୫ ମିନିଟରେ ମୃଦୁ ଭୁମିକମ୍ପ ଅନୁଭୂତ ହୋଇଥିଲା।
ଦାରିଙ୍ଗବାଡ଼ି ସମେତ ଏହି ମୃଦୁ ଭୂମିକମ୍ପ ସିମନବାଡ଼ି, ବାଡାବାଙ୍ଗା, ଦାସିଙ୍ଗବାଡ଼ି, ପ୍ଲୀହେରୀ ଗ୍ରୀନବାଡ଼ି ଶ୍ରାନିକେତା, ବୁଡାଗୁଡ଼ା ଆଦି ପଂଚାୟତରେ ଅନୂଭୁତ ହୋଇଥିବା ସ୍ଥାନୀୟ ଅଂଚଳବାସୀ ମାନେ ସୂଚନା ଦେଇଛନ୍ତି। ଅଂଚଳବାସୀଙ୍କ ସୂଚନା ମୁତାବକ ପ୍ରାୟ ୩ ରୁ ୪ ସେକେଣ୍ଟ ପର୍ଯ୍ୟନ୍ତ ମୃଦୁ ଭୁମିକମ୍ପ ଅନୂଭୂତ ହୋଇଥିଲା। ଶୁକ୍ରବାର ରାତିରେ ଲୋକେ ଶୋଇବା ବେଳେ ହଠାତ ୯ଟା୪୫ମିନିଟରେ ଘରର ଖଟ,କାନ୍ଥଘଂଟା ଟିଭି ସମେତ ଆସବାବ ପତ୍ର ଭୂମିକମ୍ପ ଝଟକାରେ ଦୋହଲିଯାଇଥିଲା ଏହି ଭୂମିକମ୍ପର ଝଟକା ଫଳରେ ସ୍ଥାନୀୟ ଅଂଚଳବାସୀ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ।
ସେହିଭଳି କନ୍ଧମାଳ ଜିଲାର ବାଲିଗୁଡା, ଫିରିଙ୍ଗିଆ, ରାଇକିଆ, କୋଟଗଡ଼, ଚକାପାଦ, ଟିକାବାଲି, ଜି.ଉଦୟଗିରି, କେ.ନୂଆଗାଁ, ବାଲିଗୁଡ଼ା, ପକାରି, ବୁଡ଼ାଗୁଡ଼ା, ଶଙ୍କରାଖୋଲ, ବନ୍ଧଗଡ଼ ପ୍ରଭୁତି ଅଞ୍ଚଳରେ ମୃଦୁଭୂମିକମ୍ପ ହୋଇଥିବାର ଖବର ମିଳିଛି। ଅନେକ ଅଞ୍ଚଳର ଅଧିବାସୀ ମାନେ ଭୟଭିତ ହୋଇ ଘରୁ ବାହାରକୁ ଚାଲି ଆସିଥିବାର ଦେଖାଯାଇଛି। ତେବେ ଏହାର ସାନ୍ଧ୍ରତା କେତେକ ଥିଲା ତାହା ଜଣାପଡ଼ିନାହିଁ।




