
ବିଷମ କଟକ,(ପ୍ରସନ କୁମାର ପଣ୍ଡା): ରାଜ୍ୟ ସରକାର ଓ ଶିକ୍ଷ ବିଭାଗ ନେର୍ଦେଶ ରେ ଜାନୁଆରୀ 8 ତାରିଖରେ ସମସ୍ତ ବିଦ୍ୟାଳୟ ଖୋଲିବା ନିର୍ଦେଶ କୁ ନେଇ ସ୍କୁଲ ମାନଙ୍କରେ ଛାତ୍ରଛାତ୍ରୀ ଆଜି ଠାରୁ ପାଠ ପଡିବେ । ଦୀର୍ଘ 9 ମାସ କାଳ କୋଭିଡ ପାଇଁ ସାରା ରାଜ୍ୟରେ ପାଠପଢା ବନ୍ଧ ହୋଇଥିଲା ଏବଂ ଆଗକୁ 10ମ ବୋର୍ଡ ପରୀକ୍ଷା ଥିବାରୁ ସରକାର ମାତ୍ର 10ମ ଓ ଦ୍ଵାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଛାତ୍ରୀ ପାଠପଢା ନିମନ୍ତେ ସ୍କୁଲ ଓ କଲେଜ ଆଜି ଖୋଲିବା ପାଇଁ ସ୍ଥିର ହୋଇଛି l
ଜିଲ୍ଲାରେ ସ୍ଥାପିତ ସମସ୍ତ ଉଚ୍ଚ ବିଦ୍ୟାଳୟ ବିଶେଷ କରି ଶିକ୍ଷା ବିଭାଗ ମଙ୍ଗଳ ବିଭାଗ ଓ ଘରୋଇ ବିଦ୍ୟାଳୟ ଗୁଡିକରେ ବିଶେଷ କରି ସ୍କୁଲ ଓ ଦ୍ଵାଦଶ ଖୋଲିବା ନିମନ୍ତେ ସରକାରଙ୍କ ନିର୍ଦେଶ ରହିଛି । ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ସ୍କୁଲ ପରିସରରେ ସଫାସୁତୁରା, ପରିବେଶ ପରିଛନ୍ନତା ଓ଼ ସ୍ୱାସ୍ଥ୍ୟ ଉପରେ ଯେପରି ଅସୁବିଧା ନହୁଏ ସେଥିନିମନ୍ତେ ଧ୍ୟାନ ଦିଆ ଯାଇଛି l
ସ୍କୁଲ ପରିସର ରେ ଥାର୍ମାଲ ସ୍କାନ , ସାନିଟାଇଜ ର, ହାତଧୁଆ ବ୍ୟବସ୍ଥା, ମାସ୍କ ବ୍ୟବହାର ଓ଼ ସାମାଜିକ ଦୂରତl ବଜାୟ ରଖିବା ନିମନ୍ତେ ଶିକ୍ଷକ ମାନଙ୍କୁ କଡାକଡିଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ସ୍କୁଲ ଚାକିବା ଦ୍ୱାରା ଛାତ୍ର ଛାତ୍ରୀ ମାନେ ଯେପରି କରୋନାର ସୁପର ସ୍ପ୍ରେଡ଼ର ନୁହୁଅନ୍ତି ସେଥିପ୍ରତି ଧ୍ୟାନଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦେଇଛନ୍ତି l
ଆଜି ରାୟଗଡା ଜିଲ୍ଲାରେ ଥିବା ଶିକ୍ଷା ବିଭାଗର 166ଟି ଦିଦ୍ୟାଳୟ ଏବଂ ମଙ୍ଗଳ ବିଭାଗର 42ଟି ବିଦ୍ୟାଳୟରେ 10ମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଠପଡା ଆରମ୍ଭ ହେଵ l ଏହି ସବୁ ଶିକ୍ଷାନୁଷ୍ଠାନ କୋଭିଡ ନିୟମ କଡାକଡି ଭାବେ ପାଳନ କରାଯାଉଛି ।






