Thursday, October 15, 2026
Home ଜିଲ୍ଲା କନ୍ଧମାଳ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

28

ବିଷମକଟକ,(ପ୍ରସନ କୁମାର ପଣ୍ଡା): ବିଷମକଟକ ନିର୍ବାଚନମଣ୍ଡଳୀର କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକାରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସIରକା ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ତଥା ରାୟଗଡା ବିଜେଡି ଜିଲ୍ଲା ସଭାପତି ଶ୍ରୀ ସୁଧୀର ଦାଶ ଯୋଗଦେଇ ବୃକ୍ଷରୋପଣ କରିଛନ୍ତି l

ଆଗାମୀ ପିଢ଼ିର ଭବିଷ୍ୟତ ପାଇଁ ପରିବେଶ ସୁରକ୍ଷା ଆମ ସମସ୍ତଙ୍କ ଗୁରୁଦାଇତ୍ୱ ଅଟେ, ସୁସ୍ଥ ଓ ସ୍ଵଚ୍ଚ ପରିବେଶ ପାଇଁ ବୃକ୍ଷରୋପଣ କରିବା ପାଇଁ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ମାନ୍ୟବର ମନ୍ତ୍ରୀ ସଚେତନ କରିଛନ୍ତି ।