
ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ପାହାଡି ତରଙ୍ଗ କଳା ସଂସ୍କୃତିକ ଅନୁଷ୍ଠାନ ର ବୈଠକ ଆଗ୍ର୍ରୋଭେଦିକ କାର୍ଯ୍ୟାଳୟ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଛି | ଅନୁଷ୍ଠାନ ର ସଭାପତି କୌସିକ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନର କର୍ମକର୍ତା, କଳାକାର, କଳାଶିକ୍ଷକ ଯୋଗଦେଇଥିଲେ |ପ୍ରଥମେ ସରସ୍ବତୀ ଙ୍କୁ ବନ୍ଦନା ବୈଠକ ଆରମ୍ଭ ହୋଇଥିଲା |
ଉକ୍ତ ବୈଠକରେ ନୃତ୍ୟ ଗୁରୁ କେଦାର ନାଥ ନାୟକ,ସଂଗୀତ ଗୁରୁ ମନୋଜ କୁମାର ନାୟକ, ବାଦ୍ୟ ଗୁରୁ ଦିଲ୍ଲୀପ ନାୟକ ଏବଂ ପାହାଡି ତରଙ୍ଗ ଅନୁଷ୍ଠାନ ର ବରିଷ୍ଠ କର୍ମକର୍ତା ରମାନନ୍ଦ ଗୋସ୍ୱାମୀ, ଗୋପାଳ କୃଷ୍ଣ ନାୟକ, ଚରଣ ବିନ୍ଧାଣି, ବିଶ୍ଵଜୀତ ସାହୁ, ସରୋଜ କୁମାର ନାୟକ, ସୋନୁ ମହାରଣା, ଶିବରାଜ ଡିଗାଲ, ବିଜୟ ଆମାୟତ ପ୍ରଭୁତି ଯୋଗଦେଇଥିଲେ |





