
ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜ଼ିଲା ତୁମୁଡିବନ୍ଧ ବ୍ଲକ ର କୁର୍ତମଗଡ଼ ଠାରେ ମଣିଙ୍ଗଷ୍ଟାର ସଙ୍ଗଠନ ତରଫରୁ କୂର୍ତ୍ତମଗଡ଼, କରୂକୁଡୁପା,ମୁଣ୍ଡୀଗଡ଼ ପଂଚାୟତ ଓ ବାଲିଗୁଡା ବ୍ଲକ ର ଦଡ଼କଙ୍ଗିଆ ଓ ପରମପଙ୍ଗା ପଂଚାୟତ ର ଅତ୍ୟନ୍ତ ଗରୀବ ଵୃଦ୍ଧ, ବୃଦ୍ଧା ମାନଙ୍କୁ ଶୀତ ଦିନ କୁ ଲକ୍ଷ କରି କମଳ ବଣ୍ଟନ ସଂଗଠନ ର ମୁଖ୍ୟ ଶ୍ରୀ ଅଜିତ କୁମାର ଦିଗାଳ ଙ୍କ ଦ୍ୱାରା କରାଯାଉଅଛି l ପ୍ରତିବର୍ଷ ଏହିପରି ଜନହିତ କାର୍ଯ୍ୟ କରି ଆସୁଥିବା ସଂଗଠନ ଓ ସଙ୍ଗଠନ ର ମୁଖ୍ୟଙ୍କୁ ଗ୍ରାମବାସୀ ଏବଂ ବୁଦ୍ଧିଜୀବି ମହଲରେ ପ୍ରଶଂସା କରି ଆଗକୁ ଏହିପରି ଅନେକ କାର୍ଯ୍ୟ କରିବାକୁ ଉତ୍ସାହିତ କରାଯାଉଛି l
କମଳ ଗ୍ରହଣ କରିଥିବା ବୃଦ୍ଧ ଓ ବୃଦ୍ଧା ମାନେ ଅତ୍ୟନ୍ତ ଖୁସି ହେଵା ସହ ଶୀତ କାଳରେ ଏହା ଅତି ଉପକାରୀ ଅଟେ ବୋଲି କହିଛନ୍ତି l ଅତି ଦୁର୍ବଳ ଥିବା ବୃଦ୍ଧ, ବୃଦ୍ଧା ଓ ଦିବ୍ୟାଙ୍ଗ ମାନଙ୍କ ଘରକୁ ଘର ଯାଇ ସଙ୍ଗଠନ ର ମୁଖ୍ୟ ଓ କାର୍ଯ୍ୟକାରି ମାନେ କମଳ ବଣ୍ଟନ କରୁଥିବା ଦେଖିବାକୁ ମିଳୁଛି l





