
ବିଷମ କଟକ,୮/୧(ପ୍ରସନ କୁମାର ପଣ୍ଡା): ରାୟଗଡା ଜିଲ୍ଲା ବିଷମ କଟକ ପୋଲିସ ବଡ଼ ଧରଣର ଏକ ଆଲୁମିନିୟମ ତାର ରାକେଟ କୁ ଠାବ କରିବା ସହ ବିପୁଳ ପରିମାଣର ଆଲୁମିନିୟାମ ତାର ଓ ଆଲୁମିନିୟମ ଜବତ କେରିଛି । ଏହା ସହ ରାୟଗଡା ସହରରେ ଥିବା ପ୍ରସାଦ ମେଟାଲ କମ୍ପାନୀକୁ ମଧ୍ୟ ସିଜ କରିଛି । କେନ୍ଦ୍ର ସରକାରଙ୍କ ଦିନ ଦୟାଲ ଗ୍ରାମୀଣ ବିଦ୍ୟୁତ ସେବା ଯୋଜନାରେ ଗ୍ରାମାଞ୍ଚଳ ମାନଙ୍କୁ ବିଦ୍ୟୁତ ଯୋଗାଇଦେବା ନିମନ୍ତେ 11 କେଭି ତାର ଖମ୍ବରେ ବିଛା ଯାଇଥିଲା ।
ବିଷମ କଟକ ବ୍ଲକର କୁମ୍ଭାର ଢ଼ାମୁଣି ଠାରୁ ବୋଡ଼ଖିଲା ପଦର ଗ୍ରାମ ପର୍ଯ୍ୟନ୍ତ 17 କିଲୋମିଟର ତାର ବିଚାଯାଇଥିଲା । ଏହି କାର୍ଯ୍ୟ ହେପି ଓ ମନି ଟେକନୋଲେଜି ଇଂଜିନିୟରଙ୍ଗ କମ୍ପାନୀ ମିଳିତ ଭାବେ ଦୁହେ ଏହି କାର୍ଯ୍ୟ କରୁଥିଲେ । ସେଠାରେ କ୍ରମାଗତ ଭାବେ ଆଲୁମିନିୟମ ତାର ଚୋରି ହୋଇ ଆସୁଥିବାରୁ ସମ୍ପୃକ୍ତ କମ୍ପାନୀ ପକ୍ଷରୁ ବିଷମ କଟକ ଥାନାରେ ଗତ 5 ତାରିଖରେ ଏକ ଏତଲା ଦାୟର କରିଥିଲେ ।
ଏହି ଏତଲାକୁ ଭିତି କରି ବିଷମ କଟକ ପୋଲିସ ଉକ୍ତ ରାକେଟକୁ ଧରିବା ପାଇଁ ଜାଲ ବିଛାଇଥିଲା । ଉକ୍ତ କମ୍ପାନୀର ତାର ଗୁଡିକୁ ରାୟଗଡା ସହରେ ଥିବା ପ୍ରସାଦ କମ୍ପାନୀ ନେବା ପରେ ସେଠାରେ ଆଲୁମିନିୟମ ତାରକୁ ତରଳାଇ ପ୍ଲେଟ ଆକୃତି କରାଯାଇଥିଲା । ଉକ୍ତ ଚୋରି ମାମଲାରେ ପ୍ରସାଦ ମେଟାଲ କମ୍ପାନୀର ମାଲିକ ସମେତ 5 ଜଣକୁ ବିଷମ କଟକ ପୋଲିସ ଗିରଫ କରିବା ସହ ସମ୍ପୃକ୍ତ କମ୍ପାନୀ କୁ ସିଜ କେରିଛି ।
ଏହି ଚୋରି ମାମଲା ରେ ପୋଲିସ ପ୍ରସାଦ କମ୍ପାନୀ ର ମାଲିକ ବି.ଲୋବରାଜୁଙ୍କୁ ସମ୍ପୃକ୍ତ ସାମଗ୍ରୀ ସବୁ କେଉଠୁ ଆସିଛି ଆଉ କିଏ ଦେଇଛି ସେ ନେଇ ପୋଲିସକୁ ସବୁ ସୂଚନା ଦେବା ପରେ ଏହି ଆଧାର ରେ ପୋଲିସ ଅନ୍ୟ ଚାରି ଜଣ ଦେବାସୀଷ ଲିମା , ମୋନଜ କୁମାର ସୁବୁଦ୍ଧି , କୁନୁ ନାୟକ ଓ ଗିରିଶ ଚୋୖଧିରି କୁ ଗିରଫ କରିଛି ।
ଏଥି ସହିତ ଉକ୍ତ ଚୋରା ସାମଗ୍ରୀ ପରିବହନ ନିମନ୍ତେ ବ୍ୟବହୃତ ହେଇଥିବ ଏକ ଅଟୋ କୁ ମଧ୍ୟ ଜବତ କରିଛି । ବର୍ତ୍ତମାନ ସୁଦ୍ଧା 3ଟନ 9 କ୍ୟୁଣ୍ଟାଲ ଓ 439ଟି ଆଲୁମିନିୟମ ପ୍ଲେଟ ମଧ୍ୟ ଜବତ କରିବା ସହ ବହୁ ପରିମାଣର ତାର ମଧ୍ୟ ଜବତ କରିଛି । ଏଥି ସହିତ ପ୍ରସାଦ କମ୍ପାନୀ ମଧ୍ୟରୁ ଆହୁରି ବହୁତ ଆଲୁମିନିୟମ ପ୍ଲେଟ ଉତପ୍ତ ଅବସ୍ଥାରେ ରହିଥିବାରୁ ତାକୁ ଜବତ କରିବା ସମ୍ଭବ ହୋଇପାରିଲା ନାହିଁ ବୋଲି ବିଷମ କଟକ ଥାନା ଅଧିକାରୀ ଜଶ୍ଵନ୍ତ ହିଆଲ ସୂଚନା ଦେଇଛନ୍ତି । ଏହି ମାମଲାରେ ଗିରଫ 5 ଜଣଙ୍କୁ ଡାକ୍ତରୀ ମାଇନା କେରିବା ପରେ କୋର୍ଟ ଚାଲାଣ କରାଯାଇଛି ।
ଚୋର ସାମଗ୍ରୀ ଠାବ କରିବା ପାଇଁ ବିଷମ କଟକ ପୋଲିସ ଏକ ସ୍କାଡ଼ ଗଠନ କରି ଥେରୁବାଲି ଓ ରାୟଗଡର ବିଭିନ୍ନ ସ୍ଥାନରୁ ଚଡାଉ କରି ଆଲୁମିନିୟମ କୁ ଜବତ କରିଥିଲା । ଜବତ ହେଇଥିବା ଆଲୁମିନିୟମ ର ଅନୁମାନିକ ମୂଲ୍ୟ 6 ଲକ୍ଷରୁ ଉର୍ଦ୍ଧ ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ କରାଯାଇଛି ।
ବର୍ତ୍ତମାନ ଏହି କମ୍ପାନୀ 35 ଲକ୍ଷ ଉର୍ଦ୍ଧ ମୁଲ୍ୟର ସାମଗ୍ରୀ ଚୋରି ହେବା ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ଆଗାମି ଦିନରେ ସମସ୍ତ ସାମଗ୍ରୀ ଜବତ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।






