
ବାଲିଗୁଡା,୦୭/୦୧(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବେରାଡାକିଆ ଗ୍ରାମ ପଂଚାୟତ ଅନ୍ତର୍ଗତ କାଜୁରୀନାଜୁ ଗ୍ରାମରେ ଫାବିନା ନାୟକ ରୋଷେଇ କରୁଥିଲା ବେଳେ ଗ୍ୟାସ ସାରିବା ପରେ ନୂତନ ଗ୍ୟାସ ହାଣ୍ଡି ଆଣି ରୋଷେଇ କରିବା ପାଇଁ ଗ୍ୟାସ ଚୁଲା ସଂଯୋଗ କରି ଦିଆସିଲି ସହାର୍ଯ୍ୟରେ ଗ୍ୟାସ ଚୁଲା କୁ ଜଳାଇବା ସମୟରେ ହଠାତ ଗ୍ୟାସ ହାଣ୍ଡିରେ ନିଆ ଲାଗି ହୁ ହୁ ହୋଇ ଜଳିବାକୁ ଲାଗିଲା |
ଏହା ପରେ ସେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ କୁ ଆୟତ କରିପାରି ନ ଥିଲେ | ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଯୋଜଯୋଗ କରିଥିଲେ କିନ୍ତୁ ଯୋଗାଯୋଗ ହୋଇ ପାରିନଥିଲା | ଫଳରେ ସ୍ଥାନୀୟ ଓଡିଶା ମୋଟର ଚାଳକ ସଂଘ କର୍ମକର୍ତା ମାନଙ୍କୁ ଯୋଗାଯୋଗ କରିଥିଲେ ସେମାନେ ଆସି ନିଆ ଲିଭାଇବା କୁ ପ୍ରୟାଶ କରିଥିଲେ |
ଫଳରେ ବହୁତ ବଡ ଦୁର୍ଘଟଣା ରୁ ଫାବିନା ନାୟକ ଏବଂ ତାଙ୍କର ପରିବାର ବର୍ଗ ବଡ ଦୁର୍ଘଟଣା ରୁ ବର୍ତ୍ତୀ ଯାଇଥିଲେ |ସେ ସଙ୍ଗେ ସଙ୍ଗେ ଦମକଳ ବାହିନୀକୁ ଜଣାଇ ଥିଲେ ଓ ଦମକଳ ବାହିନୀ ପହଂଞ୍ଚି ନିଆଁ କୁ ଆୟତ କରିଥିଲେ |ମୋଟର ଚାଳକ ସଂଘ ର କର୍ମକର୍ତା ଓ ପବ୍ଲିକ ରାଇଟ ଆସୋସିଏସନ କର୍ମକର୍ତା ଦମକଳ ବାହିନୀ କୁ ଏଥିରେ ସହଯୋଗ କରିଥିଲେ |





