
ଖୋର୍ଦ୍ଧା,୦୭/୦୧/୨୦୨୧(ସଞ୍ଜୀବ କୁମାର): ଜଟଣୀ ଥାନା ଅନ୍ତର୍ଗତ ବାଛରାପାଟଣା ଅଂଚଳର ଜଣେ ମହିଳାଙ୍କୁ ଗୁରୁବାର ଅପରାହ୍ନରେ ମରଣାତ୍ମକ ଆକ୍ରମଣ ହୋଇଥିବା ଜଣାପଡିଛି । କୈାଣସି ଏକ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ହାଣି ଗୁରୁତର କରିଦେଇଥିବା ବେଳେ ଏହା ପାରିବାରିକ କଳହରୁ ହୋଇଥିବା ମହିଳାଙ୍କ ଝିଅଙ୍କଠାରୁ ସୁଚନା ମିଳିଛି ।
ବାଛରାପାଟଣା ଅଂଚଳର ପ୍ରଦ୍ୟୁମ୍ନ ବାରିକଙ୍କ ପତ୍ନୀ ଜୟନ୍ତୀ ବାରିକ ଝିଅ ସହିତ ରାମଚନ୍ଦ୍ରପୁର ଅଂଚଳରେ ଭଡାସୁତ୍ରରେ ରହୁଥିଲେ । ମାତ୍ର ଗୁରୁବାର ଅପରାହ୍ନରେ ଜୟନ୍ତୀ ନିଜକାମରୁ ଭଡାଘରକୁ ଫେରୁଥିବା ବେଳେ ଏକ ଘରୋଇ ସ୍କୁଲ ନିକଟରେ କେହି ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିବା ଝିଅ ପୁଲିସ ନିକଟରେ ସୁଚନା ଦେଇଥିଲେ ।
ଏ ନେଇ ଜୟନ୍ତୀଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଜଟଣୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୂବନେଶ୍ୱର ଏମସ୍ ହସ୍ପିଟାଲୁ ସ୍ଥାନାନ୍ତରୀତ କରାଯାଇଥିଲା । ଖବର ଲେଖା ହେବାପର୍ଯ୍ୟନ୍ତ ଜଟଣୀଥାନାରେ ଏନେଇ ଅଭିଯୋଗ ହୋଇନଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି ।



