
ବ୍ରହ୍ମପୁର,୦୭/୦୧(ଇ.ରଞ୍ଜନ): ସହରରେ ନକଲି ପୋଲିସ ଘୁରି ବୁଲୁଚି କିନ୍ତୁ ଅସଲୀ ପୋଲିସ ଆଗରେ ଅଭିନୟ କରିଚାଲିଯାଉଛି କିନ୍ତୁ ପୋଲିସ ଆଜି ମାଧ୍ୟାନ୍ନ ସମୟରେ ବ୍ରହ୍ମପୁର ଷ୍ଟେଟ ବ୍ୟାଙ୍କ୍ ଛକ ନିକଟସ୍ଥ ବାବାଜୀ ତୋଟା ସାହି ଛକ ଠାରେ ଏସ୍ଡ଼ିପିଓ ଏବଂ ବୈଦ୍ୟନାଥପୁର ଥାନା ଦ୍ୱାରା ନକଲି ପୋଲିସ ଗିରଫ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ଅରୁଣ ନାୟକ ନାମକ ଯୁବକ ଜଣକ ନକଲି କନେଷ୍ଟବଳ ପୋଷାକ ସହ ଛାତିରେ ନାମଫଳକ ବେଡ଼ଜ ଲଗାଇ ଷ୍ଟେଡ଼ ବ୍ୟାଙ୍କ୍ ଛକ ଠାରେ ଘୁରିବୁଲି କିଛି ଦୋକାନୀ ମାନଙ୍କ ଠାରୁ ବଟି ଆଦାୟ କରୁଥିବା ବେଳେ କିଛି ଦୋକାନୀଙ୍କୁ ଆଶ୍ଚଯ୍ୟ ଚକିତ ଲାଗି ନକଲି ପୋଲିସ ସନ୍ଦେହ ଘେର ନେଇଥିବା ରୁ ଦୋକାନୀ ଏବଂ ସେଠାରେ ଥିବା କିଛି ଲୋକ ବୈଦ୍ୟନାଥପୁର ଅସଲୀ ପୋଲିସ ଜଣାଇଥିଲେ ।
ଏହା ପରେ ପୋଲିସ ଆସି ନକଲି ଅସଲୀ ତଦନ୍ତ କରି ଗିରଫ କରିବା ପରେ ସେହି ଯୁବକ ନାମ ରେ ବୈଦ୍ୟନାଥ ପୁର ଥାନା କୁ ନେଇ 16/20 ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି । ଯୁବକ ଜଣକ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୁମାରୀ ଗାଁ ର ପୋଲିସ ପ୍ରାଥମିକ ତଦନ୍ତ ରୁ ଜଣାପଡିଛି ।
ଯୁବକ ଜଣକ କିଛି ଅର୍ଥ ଲାଳସାରେ ସହରରେ କିଛି ଦିନ ଧରି ଗୁରିବୁଲୁଥିବା ଅଞ୍ଚଳବାସି ଙ୍କ ବାର୍ତ୍ତା ରୁ ଶୁଣାଯାଉଛି ବଟି ଆଦାୟ କରିବା ପାଇଁ ସେ ପୋଲିସ ପୋଷାକ ବ୍ୟବହାର କରି ପଇସା କମାଇବା ଯୁବକର ମାଲାମାଲ ସ୍ବପ୍ନ ରଖି ପୋଲିସ ବର୍ଦ୍ଧି କୁ ଅପଦସ୍ତ କରୁଥିଲା । କିନ୍ତୁ ଅସଲୀ ପୋଲିସ ହାବୁଡ଼ରେ ରେ ପଡି ଶେଷରେ ଗିରଫ ହେଲା ବର୍ତମାନ ଅସଲୀ ପୋଲିସ ଜେରା କରୁଥିବାର ସୂଚନା |



