
ଖଲ୍ଲିକୋଟ:07/01(ଦେବାଶିଷ ମହାରଣା):ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାୟିକାଣୀପଲ୍ଲୀ ପଞ୍ଚାୟତ ର ବାଗଦେବୀ ବିଦ୍ୟାଳୟ ରେ ଥିବା ଖେଳ ପଡିଆ ରେ ଆୟୋଜିତ ଶ୍ରୀ ଶ୍ରୀ ବାବା ଚନ୍ଦନେଶ୍ୱର ଭଲିବଲ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି |ସୁସଜିତ ସାଜସଜା ସହିତ ଉଦଯାପନୀ ଦିବସ ର ଆରମ୍ଭ ରେ ଜାତୀୟ ସଂଗୀତ ପରିବେଷଣ କରାଯାଇଥିଲା |
ପୂର୍ବରୁ ଫାଇନାଲ ରେ ପହଂଚିସାରିଥିବା ବାରସର ସହିତ ଜେ. ଛଚିନା ମଧ୍ୟରେ ମୁକାବିଲା ହୋଇଥିଲା | ଏଥିରେ ବାରସର ପ୍ରଥମ ତିନୋଟି ସେଟ କୁ ଅକ୍ତିଆର କରି ବିଜୟ ଲାଭ କରିଥିଲା | ଫାଇନାଲ ର ବିଜେତା ବାରସର ଦଳକୁ ଟ୍ରଫି ସହ 5001 ଟଙ୍କା ଅର୍ଥ ରାଶି ପ୍ରଦାନ କରାଯିବା ସହ ରନର ଅପ ଜେ.ଛଚିନା ଦଳକୁ ଟ୍ରଫି ସହ 3001 ଟଙ୍କାର ଅର୍ଥ ରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଥିଲା | ସୂଚନା ଯୋଗ୍ୟ ଗତ 29 ଡ଼ିସେମ୍ବର ରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟ ରେ ଅଞ୍ଚଳ ର 16ଟି ଦଳ ଭାଗ ନେଇଥିଲେ |
ଆଜିର ଏହି ଫାଇନାଲ ମ୍ୟାଚ ଦେଖିବା ପାଇଁ ଶତାଧିକ ଖେଳପ୍ରେମୀ ଉପସ୍ଥିତ ଥିଲେ | ଅନ୍ତିମ ପର୍ଯ୍ୟାୟ ରେ ସାନମାନୀୟ ଅତିଥି ଭାବେ ଖଲିକୋଟ ବ୍ଲକ ଅଧକ୍ଷା ଶ୍ରୀମତୀ ମିନାକ୍ଷୀ ସାହୁ ପହଂଚି ଖେଳାଳିଙ୍କୁ ଉତତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ |ଡ଼ାବା ଭଲିବଲ ଖେଳର ସୁନାମ ଧନ୍ୟ ଖେଳାଳି ବୁଲୁ ଯୁବ ଖେଳାଳିଙ୍କ ଉଧ୍ୟେଶରେ ନିଜର ମତାମତ ରଖିଥିଲେ |
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଗଞ୍ଜାମ ଭଲିବଲ ମହାସଂଘ ର ସମ୍ପାଦକ ଚିନ୍ତାମଣି ନାୟକ,କୈରାସୀ ସରପଞ୍ଚ ଶ୍ରୀ ପ୍ରଫୁଲ୍ଲ ସାହୁ, ଖଲିକୋଟ ବ୍ଲକ ଚେୟାରମ୍ୟାନ ପ୍ରତିନିଧି ଶ୍ରୀ ରତ୍ନାକର ସାହୁ, ବ୍ଲକ ଯୁବ ବି ଜେ ଡି ସଭାପତି ଶ୍ରୀ ଦୟାନିଧି ସାହୁ, ସମିତି ସଭ୍ୟ ଶ୍ରୀ ହରିଶ୍ଚନ୍ଦ୍ର ଗୌଡ଼, ସରପଞ୍ଚ ପ୍ରତିନିଧି ଶ୍ରୀ ସତ୍ୟବ୍ରତ ସ୍ୱାଇଁ,ସମାଜସେବୀ ଏସ. ଜନାର୍ଦନ ଅଚାରୀ, ଶ୍ରୀ ଜଗନ୍ନାଥ ସାର, ପ୍ରମୁଖ ଉପସ୍ଥିତ ଥିଲେ |
ଭାଇଚାରା ର ସମ୍ପର୍କ ବଜାୟ ରଖି ଖେଳାଳିଙ୍କୁ ଉତତ୍ସାହିତ କରିବା ଉଧ୍ୟେଶରେ ଏହି ଟୁର୍ନାମେଣ୍ଟ ଆୟୋଜନ କରାଯାଇଥିବା କଥା ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଶ୍ରୀ ସତ୍ୟବ୍ରତ ସ୍ୱାଇଁ ପ୍ରକାଶ କରିଥିଲେ | ଆଜିର ଏହି ମ୍ୟାଚ କୁ ଗୋବିନ୍ଦ ନାୟକ ପରିଚାଳନା କରିଥିବା ବେଳେ ଗଞ୍ଜାମ ର ସୁପ୍ରସିଦ୍ଧ ଭାଷ୍ୟକାର ଶ୍ରୀ ବଳରାମ ପଳାଇ ନିଜସ୍ୱ ଢଙ୍ଗରେ ଖେଳାଳି ଓ ଦର୍ଶକ ଉତତ୍ସାହିତ କରି ଖେଳ ଆରମ୍ଭରୁ ଶେଷ ଯାଏଁ ନିଜର ଦାୟିତ୍ୱ ତୁଲାଇଥିଲେ |
ଏହି ଟୁର୍ନାମେଣ୍ଟ ରେ ସ୍ବେଛାସେବୀ ଭାବେ ସନ୍ତୋଷ କୁମାର ଖୁଣ୍ଟିଆ, ସୁଧୀର ଗୌଡ଼, ମନୋଜ କୁମାର ଖୁଣ୍ଟିଆ, ପ୍ରଭାକର ଖୁଣ୍ଟିଆ, ଚରଣ ଖୁଣ୍ଟିଆ, ନଳିନୀକାନ୍ତ ଖୁଣ୍ଟିଆ, ସୁବାଷ ଚନ୍ଦ୍ର ଖୁଣ୍ଟିଆ, ସନ୍ତୋଷ ଜେନା, ସନ୍ତୋଷ ସ୍ୱାଇଁ, ମାନିଆ ପ୍ରଧାନ ସମେତ ନାୟିକାଣୀପଲ୍ଲୀ ଗ୍ରାମବାସୀ ବୃନ୍ଦ ସମ୍ପୂର୍ଣ ସହଯୋଗ କରିଥିଲେ |





