
ଜଟଣୀ,୦୬/୦୧/୨୦୨୧ :(ସଞ୍ଜୀବ କୁମାର): ନିର୍ମାଣଧୀନ ଓଭରବ୍ରିଜର କାର୍ଯ୍ୟ ଶିଘ୍ର ତ୍ୱରାନ୍ୱିତ କରିବା ସହିତ ଯାନବାହାନ ଯାତାୟତଲାଗି ରାସ୍ତାର ମାର୍ଗଦର୍ଶିତା କରିଛନ୍ତି । ଏହା ସହିତ ସ୍ଥାନୀୟ ସୀତାରାମ ଛକଠାରୁ ଆନ୍ଧ୍ରବ୍ୟାଙ୍କ ପର୍ଯ୍ୟନ୍ତ ୪୩ଟି ବ୍ୟବସାୟୀ ପ୍ରତିଷ୍ଠାନ ଉଛେଦ ହେବ । ଏନେଇ ଚଳିତ ମାସ ୧୨ ତାରିଖ ଦିନଧାର୍ଯ୍ୟ କରାଯାଇଛି ।
ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ତଥା ବଡବଜାର ଅଂଚଳରେ ରହିଥିବା ଦୋକାନଗୁଡିକ ବିବାଦ ମଧ୍ୟରେ ରହିଛି । ସେଗୁଡିକ ସ୍ଥାୟୀ ଜମିରେ ରହିଛି ସେମାନଙ୍କ ଦାବି ଅନୁସାରେ ଜମି ମୂଲ୍ୟ ପରିବର୍ତେ ଦିର୍ଘଦିନରୁ ରହିଥିବା ଘର ତଥା ଅଟାଳିକା ମୂଲ୍ୟଧାର୍ଯ୍ୟ ଦାବି କରିଛନ୍ତି । ତେଣୁ ଏହି ସମସ୍ୟାର ସମାଧାନଲାଗି ସମୟ ନିଆଯିବ ବୋଲି ଜିଲାପାଳ କହିଛନ୍ତି ।
ବର୍ତମାନ ପରିସ୍ଥିତିରେ ଉଛେଦ ହେବାକୁ ଥିବା ବ୍ୟବସାୟୀମାନଙ୍କୁ ଚୟନ ହୋଇଥିବା ହରିଭାଇନାଛକ ନୂଆବସଷ୍ଟାଣ୍ଡ ନିକଟ ଖାଲିସ୍ଥାନରେ ମାର୍କେଟ କମ୍ପେ୍ଲକ୍ସ ମାଧ୍ୟମରେ ଘର ଯୋଗାଇଦିଆଯିବ । ଯଦି ବ୍ୟବସାୟୀ ଚାହିଁବେ ତାହେଲେ ସେମାନେ ମଧ୍ୟ ନିଜ ଖର୍ଚ୍ଚରେ ଦୋକାନଘର ନିର୍ମାଣକରି ଭଡାସୁତ୍ରରେ ନେଇପାରିବେ ବୋଲି କହିଛନ୍ତି ଜିଲାପାଳ । ଅନ୍ୟ ପକ୍ଷରେ ଫ୍ଲାଏ ଓଭରବ୍ରିଜଲାଗି ବାଧକ ସାଜିଥିବା ବ୍ୟବସାୟୀମାନଙ୍କୁୁ ପୁର୍ବରୁ ନୋଟିସ ଜାରି କରାଯାଇଥିଲା ।
ହେଲେ ଏପର୍ଯ୍ୟନ୍ତ ଜବରଦଖଲ ଉଛେଦ ହୋଇପାରିଲା ନାହିଁ କି ବ୍ରିଜ ନିର୍ମାଣ କାର୍ଯ୍ୟ ତ୍ୱରାନିତ ହୋଇପାରିଲା ନାହିଁ । ତେଣୁ ଏନେଇ ଗତ ଡିସେମ୍ବର ୨୪ ତାରିଖରେ ଭୂବନେଶ୍ୱର ଉପଜିଲାପାଳ ଦେବବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଜଟଣୀ ପୈାରପରିଷଦ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା ।
ମାତ୍ର ଜିଲାପ୍ରଶାସନର ବାରମ୍ବାର ନୋଟିସ ଜାରି କରାଯାଇଥିଲେ ମଧ୍ୟ ଦୋକାନୀମାନଙ୍କ ସମସ୍ୟା ଯୋଗୁଁ ଉଛେଦ କରାଯାଇ ନାହିଁ ବୋଲି କୁହାଯାଇଛି । ଆର ଆଣ୍ଡ ବି ଏକଜ୍ୟୁଟିଭ ଇଜିଂନିୟର ଦୀପକ କୁମାର ପାଣିଗ୍ରାହୀ, ପିଡବ୍ଲୁଡି ଏସଡିଓ ପୁର୍ଣ୍ଣ ଚନ୍ଦ୍ର ପ୍ରଧାନ, ତହସିଲଦାର ତପନ କୁମାର ମହାପାତ୍ର, ଆଡିସନାଲ ତହସିଲଦାର ଦିଲିପ କୁମାର ଷଡଙ୍ଗୀ, ପୈାରନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତୀ ପ୍ରମୁଖ ଉପସ୍ଥିତ ରହିଥିଲେ ।








