
ଜଟଣୀ, ଖୋର୍ଦ୍ଧା ଜିଲ୍ଲା ୦୬/୦୧/୨୦୨୧ (ସଞ୍ଜୀବ କୁମାର): ପୁରୀ ଜିଲା ପିପିଲି ଥାନା ଅନ୍ତର୍ଗତ ମୁର୍ଦ୍ଧନୀପୁର ଗ୍ରାମର କୁମର ବେହେରାଙ୍କ ଝିଅ ରଜନୀ ନାଏକ ଜଟଣୀଥାନା ଅନ୍ତର୍ଗତ କୁଦିଆରୀ ଗ୍ରାମ ଦଳିତ ସାହିର ମଂଟୁ ନାଏକଙ୍କୁ ବିବାହ କରିଥିଲେ । ମାତ୍ର ବିବାହର କିଛିଦିନ ଠିକଠାକ ଚାଲିଥିବା ବେଳେ କିଛିଦିନ ହେବ ସ୍ୱାମୀ,ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟ କଳିଝଗଡା ବିଭିନ୍ନ କଥାକୁନେଇ ହେଉଥିଲା ।
ଏନେଇ ମହିଳାଙ୍କ ପରିବାର ଲୋକେ ବାରମ୍ବାର ସମାଧାନ ମଧ୍ୟ କରିଥିବା ପିତା କୁମର କହିଛନ୍ତି । ମାତ୍ର ଆଜି କୁଦିଆରୀ ଅଂଚଳରେ ଥିବା ଏ୍କ କୂଅରେ ରଜନୀଙ୍କ ମୃତଦେହ ଭାଷୁଥିବା ନେଇ ସ୍ଥାନୀୟ ଲୋକେ ଦେଖି ଜଟଣୀ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଖବରପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ମହିଳାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ ।
ତେବେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ପକ୍ଷରେ ମୃତ ରଜନୀ ୮ମାସର ଗର୍ଭବତୀଥିବା ପରିବାର ଲୋକେ କହିଛନ୍ତି । ତେଣୁ ଉଭୟ ମା’ ଓ ଶିଶୁର ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ପକ୍ଷରୁ ସୁଚନା ମିଳିଛି ବୋଲି ପରିବାର ଲୋକେ ପୁଲିସ ନିକଟରେ କହିଛନ୍ତି ।
ତେବେ ଏନେଇ ମୃତ ରଜନୀଙ୍କ ବାପା କୁମର ବେହେରା ଜଟଣୀଥାନାରେ ହତ୍ୟା ସନ୍ଦେହ ଅଭିଯୋଗ କରିଛନ୍ତି । ଏନେଇ ଜଟଣୀଥାନା କେଶ ନଂ ୯/୨୧ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତପରେ ପକୃତ ତଥ୍ୟ ଜଣାପଡିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।





