
ଭୁବନେଶ୍ୱର,(ଆଇ ପି ଆର): ୨୦୨୧ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (ରେଗୁଲାର ଓ ଏକ୍ସ ରେଗୁଲାର) ପରୀକ୍ଷା ପାଇଁ ଫର୍ମ ପୂରଣ ଓ ପରୀକ୍ଷା ଫିସ୍ ଦାଖଲ ନିମ୍ନ କାର୍ଯ୍ୟସୂଚୀ ଅନୁସାରେ ହେବ। ଫର୍ମ ପୂରଣ ନିମନ୍ତେ ଅନଲାଇନ୍ ଲିଙ୍କ୍ ତଥା ସବିଶେଷ ନିର୍ଦ୍ଦେଶାବଳୀ http://bseodisha.ac.in ୱେବ୍ସାଇଟ୍ ମାଧ୍ୟମରେ ଉପଲବ୍ଧ ହେବ।



